ବାରିପଦା ସଦର ଥାନା ଅଞ୍ଚଳରେ ପୁଣି ଦୁର୍ଘଟଣା : ଦୁଇ ଦିନରେ ଗଲାଣି ୩ ଜୀବନ

Advertisment

ଟ୍ରକ ସହିତ ବାଇକ ମୁହାଁମୁହିଁ ଧକା, ଦୁଇ ଯୁବକ ମୃତ, ଦୁଇ ଆହତ

ଟ୍ରକ ସହିତ ବାଇକ ମୁହାଁମୁହିଁ ଧକା, ଦୁଇ ଯୁବକ ମୃତ, ଦୁଇ ଆହତ

ବାରିପଦା ସଦର ଥାନା ଅଞ୍ଚଳରେ ପୁଣି ଦୁର୍ଘଟଣା : ଦୁଇ ଦିନରେ ଗଲାଣି ୩ ଜୀବନ

ବାରିପଦା : ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟା ବ୍ଲକ୍‌ କରଞ୍ଜିଆ ଛକ ନିକଟରେ ଆଜି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଡବ୍ଲ୍ୟୁବି-୩୩-ଡି-୩୬୮୧ ନମ୍ବର ବିଶିଷ୍ଟ ଏକ ଟ୍ରକ ସହିତ ଏକ ମୋଟରସାଇକେଲ ମୁହାଁମୁହିଁ ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣ ଯାଇଛି। ଟ୍ରକ୍‌ଟି ବାରିପଦା ଆଡ଼କୁ ଆସୁଥିବା ବେଳେ ମୋଟରସାଇକେଲଟି ଉଦଳା ଦିଗରେ ଯାଉଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ନାମ ନରେନ୍ଦ୍ର ସିଂ(୨୦) ବୋଲି ଜଣାପଡ଼ିଛି। ଓଡ଼ି-୧୧-ଏସ-୯୪୭୪ ବିଶିଷ୍ଟ ମୋଟରସାଇକେଲ୍‌ରେ ଥିବା ଦୁଇ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୋଟରସାଇକେଲ୍‌ଟି ଉପନ୍ଦ୍ର ବେହେରାଙ୍କ ନାମରେ ପଞ୍ଜିକୃତ ଅଛି।

publive-image

ଏହି ଦୁର୍ଘଟଣାରେ ଗୁରୁତର ଥିବା ଦୁଇ ଜଣଙ୍କୁ ସ୍ଥାନୀୟ ପିଆରଏମ୍‌ ହସ୍‌ପିଟାଲ ଅଣାଯାଇଥିବା ଜଣାପଡ଼ିଛି। ଶିବ ସିଂ(୩୬), ନନା ସିଂ(୩୦) ଏହି ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ମୃତକ ଏବଂ ଆହତଙ୍କୁ ସ୍ଥାନୀୟ ପିଆରଏମ ହସ୍‌ପିଟାଲକୁ ଅଣାଯାଇଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଡ୍ରାଇଭର ଫେରାର୍‌ ହୋଇଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ଗତକାଲି ଏହି ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଛକ ନିକଟରେ ଘଟିଥିବା ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ପୁଣି ସେହି ବିଳମ୍ବିତ ରାତିରେ ଆଉ ଏକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଜିଲ୍ଲାରେ ଧୀରେ ଧୀରେ ଶୀତ ବଢ଼ିବା ସହିତ ବିଳମ୍ବିତ ରାତିରେ ଦ୍ରୁତ ଗତିରେ ବାଇକ ଚାଳନା କାରଣରୁ ଦୁର୍ଘଟଣା ସଂଖ୍ୟା ବଢ଼ୁଥିବା ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe