Advertisment

ଦେବଗଡ଼ : କାର୍‌ ଦୁର୍ଘଟଣାଗ୍ରସ୍ତ, ୨ ମୃତ

Advertisment
ସ୍କୁଟିକୁ ପିଟିଲା ଟ୍ରକ୍‌; ଝିଅ ମୃତ, ମା’ ଗୁରୁତର

image source--news first

ଦେବଗଡ଼ : ଦେବଗଡ଼ ଥାନା ଆମ୍ବପାଳ ଗ୍ରାମ ଦେଇଯାଇଥିବା ରାଞ୍ଚି-ବିଜୟୱାଡ଼ା କରିଡରରେ ଗୁରୁବାର ବିଳମ୍ବିତ ରାତିରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୁଢ଼ିବିଲ ଗାଁର ସଞ୍ଜୟ ନାୟକ (୨୪) ଓ ନିକ୍ତିମାଲ ଗାଁର ଦେବାନନ୍ଦ ବେହେରା (୧୯)। ଦେବଗଡ଼ର ଜଣେ ବ୍ୟକ୍ତିଙ୍କ କାର୍‌ ଡ୍ରାଇଭର ଥିବା ସଂଜୟ ଗୁରୁବାର ସଂଧ୍ୟାରେ ନିଜ ଘରକୁ କାର୍‌ ନେଇ ବାହାରିଥିଲେ। କିନ୍ତୁ ସେ ଦେବାନନ୍ଦଙ୍କ ସହ କୌଣସି କାମରେ ଖିଲେଇକୁ ଯାଇଥିଲେ। ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଆମ୍ବପାଳ ପୋଲ ନିକଟରେ ଗାଡ଼ି ଭାରସାମ୍ୟ ହରାଇ ଏକ ପୋଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସଞ୍ଜୟ ଓ ଦେବାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଦେବାନନ୍ଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସଞ୍ଜୟଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତା‌ଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe