୫୫ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଜଣଙ୍କୁ ଚାପି ଦେଲା ଆଜଣା ଗାଡି

Advertisment
୫୫ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଜଣଙ୍କୁ ଚାପି ଦେଲା ଆଜଣା ଗାଡି

ଓଡାପଡା : ମୋଟଙ୍ଗା ଥାନା ୫୫ନମ୍ବର ଜାତୀୟ ରାଜପଥ ମେରାମଣ୍ଡଳୀ ବାଇପାସ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ବାଇକ ଆରୋହୀଙ୍କର ଜୀବନ ଯାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଦୁଇ ଯୁବକ ହେଲେ ସ୍ଥାନୀୟ ମାଶାଣିଆ ଗାଁର ନରେଶ ନାଏକ ଓ ଚିଣ୍ଟୁ ନାଏକ। ଆହତ ଯୁବକ ଜଣକ ହେଲେ ନାଁ ସ୍ପଷ୍ଟ ହୋଇନାହିଁ।

publive-image

ମୋଟଙ୍ଗା ଥାନା ଅଧିକାରୀ ସରୋଜିନି ସମାଡ଼ଙ୍କ କହିବା ମୁତାବକ, ଆଜି ରାତି ପ୍ରାୟ ସାଢେ ୯ଟା ବେଳେ ଏହି ଅଘଟଣ ଘଟିଛି। ତିନି ଜଣ ଯାକ ବାଇକ ଆରୋହୀ ଦୁଇଟି ବାଇକ ଯୋଗେ ମାଶାଣିଆ ଆଡୁ ନିମବାହାଳି ଆଡ଼କୁ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଅଜଣା ଗାଡି ଉଭୟ ବାଇକ କୁ ଧକ୍କା ଦେଇ ପଳାଇଥିଲା। ଏଥିରେ ବାଇକ ଦୁଇଟି ଚୁରମାର ହୋଇ ଯାଇଛି। ସ୍ଥାନୀୟ।ମାଶାଣିଆ ଗାଁର ଦୁଇ ଜଣ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗାଁର ଆଉ ଜଣେ ଯୁବକ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ବନରପାଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀମତି ସମାଡ଼ ସମ୍ବାଦକୁ କହିଛନ୍ତି। ରିପୋର୍ଟ ଲେଖା ଯିବା ସୁଦ୍ଧା ଘଟଣାକୁ ନେଇ ରାଜରାସ୍ତାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe