ଗଛରେ ପିଟିହେଲା ଆଳୁ ବୋଝେଇ ଟ୍ରକ୍‌, ୨ ମୃତ

ଗଛରେ ପିଟିହେଲା ଆଳୁ ବୋଝେଇ ଟ୍ରକ୍‌, ୨ ମୃତ

ନୟାଗଡ଼/ଭାପୁର/ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ କାଚେରାସାହି ନିକଟରେ ଆଜି ଏକ ଆଳୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ଫତେଗଡ଼ ଥାନା ଭାପୁର ପଂଚାୟତ ଜହରକୋଟ ଗାଁର ସିନ୍ଧୁ ସ୍ୱାଇଁଙ୍କ ପୁଅ ଟୁକୁନା(୩୦) ଓ ବାଘୁଆପଲ୍ଲୀ ପଂଚାୟତ ସୁଆମଢ଼ିପି ଗାଁର ବାଘ ପାତ୍ରଙ୍କ ପୁଅ ବିଜୟ(୩୫)। ଡ୍ରାଇଭର ବାଇଗୁଣିଆ ଗାଁର ସୁନନ୍ଦ ବେହେରା (୩୨) ଘଟଣା ସ୍ଥଳରୁ ଚମ୍ପଟ୍‌ ମାରିଥିବା ବେଳେ ଦୁର୍ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ଦୁଇ ଜଣ ଗାଡ଼ିରେ ଲିଫ୍ଟ ମାଗି ଘରକୁ ଫେରିବା ବାଟରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe