ଖୋର୍ଦ୍ଧା : ଦୁଇ ଟ୍ରକ ମୁହାଁମୁହିଁ ଧକ୍‌କା, ୨ ମୃତ

Advertisment
ଖୋର୍ଦ୍ଧା : ଦୁଇ ଟ୍ରକ ମୁହାଁମୁହିଁ ଧକ୍‌କା, ୨ ମୃତ

Times of India

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟ ଛକ ନିକଟରେ ଦୁଇଟି ମାଲବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ଼ ୧୨ଟା ରୁ ୧ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଦଳେଇପୁଟ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଖୋର୍ଦ୍ଧାରୁ ଜଙ୍କିଆ ଦିଗକୁ ଯାଉଥିବା ଏନ୍ଏଲ୍ ୦୨ ଏନ୍ ୩୭୬୮ ନମ୍ବର ବିଶିଷ୍ଟ ଟ୍ରକ୍‌ ଓ ଜଙ୍କିଆ ପଟୁ ଖୋର୍ଦ୍ଧା ଆସୁଥିବା ଓଆର୍ ୧୪ ଏନ୍ ୪୯୫୧ ନମ୍ବର ବିଶିଷ୍ଟ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍‌କା ହୋଇଥିଲା। ଏଥିରେ ଉଭୟ ଟ୍ରକ୍‌ର ସମ୍ମୁଖ ଭାଗ ଚୂରମାର ହୋଇଯିବା ସହ ଉଭୟ ଟ୍ରକ୍‌ର ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାର ତଦନ୍ତ ଅଧିକାରୀ ଥିବା ଖୋର୍ଦ୍ଧା ସଦର ଥାନାର ଏସ୍‌ଆଇ ମୁକେଶ ବେହେରା କହିଛନ୍ତି ଯେ ଓଡ଼ିଶା ପଞ୍ଜୀକୃତ ଟ୍ରକ୍‌ର ଚାଳକ ମାନସରଞ୍ଜନ ନାୟକ। ତାଙ୍କ ଘର ଅନୁଗୁଳ ଜିଲ୍ଲା ଛେଣ୍ତିପଦାର ଗୋବିନ୍ଦପୁର ଗାଁରେ। ଶବ ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ତେବେ ଅନ୍ୟ ଟ୍ରକ୍‌ର ଚାଳକଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡ଼ିଥିଲେ ମଧ୍ୟ ତାଙ୍କ ଠିକଣା ଜଣାପଡ଼ିନାହିଁ। ଏନେଇ ଅନୁସନ୍ଧାନ ଜାରି ରହିଛି। ଦୁର୍ଘଟଣା ନେଇ ୧୧୭/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe