ଅଟୋ ଉପରେ ପଡ଼ିଲା ଗଛ; ଶାଶୂ-ବୋହୂ ମୃତ, ଦୁଇ ଗୁରୁତର

Advertisment
ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଇକେଲ୍‌ରେ ପୋଡ଼ିବାକୁ ନେଲେ ବାପା

bbc

ପାଳଲହଡ଼ା/ଖମାର : ଆଉ ଅଳ୍ପଦିନ ପରେ ମହିଳା ପ୍ରଥମ ସନ୍ତାନ ଜନ୍ମକରିଥାଆନ୍ତେ। ଆଜି ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବାମୀ ଓ ଖୁଡ଼ୀଶାଶୂ ସହ ସେ ଖୁସି ମନରେ ଅଟୋରେ ଘରକୁ ଫେରୁଥିଲେ। ବାଟରେ କିନ୍ତୁ ଛକି ରହିଥିବା ମୃତ୍ୟୁ। ଅଟୋ ଉପରେ ଏକ ଶୁଖିଲା ଗଛ ଖସିପଡ଼ିବାରୁ ଗର୍ଭବତୀ ମହିଳା ଓ ତାଙ୍କ ଖୁଡ଼ୀଶାଶୂଙ୍କର ମୃତ୍ୟୁ ଘଟିଥିବାବେଳେ ଅଟୋ ଚାଳକ ଏବଂ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ପାଳଲହଡ଼ା ବ୍ଲକ ଖମାର ଥାନା ତିଳେଇପଶି ଗାଁରେ ଏହି ଘଟଣା ଶୋକ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ତିଳେଇପଶି ଗାଁର ଟୁନା ପରିଡ଼ାଙ୍କ ପତ୍ନୀ ଅମାନୀ ସାହୁ ୯ ମାସର ଗର୍ଭବତୀ ଥିଲେ। ଆଜି ଟୁନା ପତ୍ନୀ ଅମାନୀ ଓ ଖୁଡ଼ୀ ଜେମା ପରିଡ଼ାଙ୍କ ସହ ଏକ ଅଟୋରେ ପାଳଲହଡ଼ା ଡାକ୍ତରଖାନାକୁ ଆସିଥିଲେ। ଦିନ ପ୍ରାୟ ୧୦ଟାବେଳେ ଅମାନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଘରକୁ ଫେରୁଥିଲେ। ୧୪୯ ନମ୍ବର ଜାତୀୟ ରାଜପଥରେ ପାଳଲହଡ଼ାଠାରୁ ୧୧ କିଲୋମିଟର ଦୂର ବାଲିପଶି ଘାଟି ନିକଟ ବୁଲାଣିରେ ହଠାତ୍‌ ରାସ୍ତାକଡ଼ର ଏକ ଶୁଖିଲା ଶାଳଗଛ ଭାଙ୍ଗି ଚଳନ୍ତା ଅଟୋ ଉପରେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ଅଟୋ ଭିତରେ ଜେମା ପରିଡ଼ାଙ୍କର ମୃତ୍ୟୁ ଘଟିଥିଲା। ଅମାନୀ, ଟୁନା ଓ ଅଟୋ ଚାଳକ ବଟୁ ବିଶ୍ବାଳ ଗୁରୁତର ଆହତ ହୋଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବାବାଟରେ ଆମ୍ବୁଲାନ୍‌ସ ଭିତରେ ଅମାନୀଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe