ପର୍ଜଙ୍ଗ/ଅନୁଗୁଳ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ବିଶାନାଳୀ ହନୁମାନ ମନ୍ଦିର ନିକଟରେ ୧୪୯ ନମ୍ବର ଜାତୀୟ ରାଜପଥ ଦେଇ ଆସୁଥିବା ଏକ କାର୍ ଆଜି ଅପରାହ୍ଣରେ ଓଲଟି ପଡିଥିଲା। ଏଥିରେ ରାଉରକେଲା ବାସନ୍ତୀ କଲୋନୀର ସୁନ୍ଦରଗଡ଼ ଜିଲ୍ଲା ଯୁବ ଉପସଭାପତି ଅନିଲ ସାଗର (୩୫) ଓ ଛେଣ୍ଡ କଲୋନୀର ଉମେଶ ନନ୍ଦ (୩୨)ଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଦଳୀୟ କର୍ମକର୍ତା ଦୀପକ ରଥ (୨୭) ଓ ଦଶମେଶ ସିଂ (୩୨) ଆହତ ହୋଇଛନ୍ତି। ଚାରି ଜଣ ଏକ ଫୋର୍ଡ ଇକୋ ସ୍ପୋର୍ଟ କାର୍ ଯୋଗେ ୧୪୯ ନମ୍ବର ଜାତୀୟ ରାଜପଥ ଦେଇ ଭୁବନେଶ୍ୱରରୁ ରାଉରକେଲା ଫେରୁଥିଲେ।
ଓଲଟିଲା କାର୍, ବିଜେଡି ନେତାଙ୍କ ସମେତ ଦୁଇ ମୃତ, ୨ ଗୁରୁତର
Advertisment
Follow Us