ଶିମିଳିପାଳରେ ୨ ହରିଣଙ୍କୁ ମାରିଦେଲେ, ବନ୍ଧୁକ ସହ ୪ ଶିକାରୀ ଗିରଫ

Advertisment

୧୨ କେଜି ମାଂସ ଓ ବାଇକ୍ ଜବତ

୧୨ କେଜି ମାଂସ ଓ ବାଇକ୍ ଜବତ

ଶିମିଳିପାଳରେ ୨ ହରିଣଙ୍କୁ ମାରିଦେଲେ, ବନ୍ଧୁକ ସହ ୪ ଶିକାରୀ ଗିରଫ

ଠାକୁରମୁଣ୍ଡା/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: ଶିମିଳିପାଳ ଅଭୟାରଣ୍ୟରୁ ହରିଣ ଶିକାର କରିଥିବା ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ। ଚଢ଼ଉ ବେଳେ ସେମାନେ ବ୍ୟବହାର କରିଥିବା ୩ଟି ଦେଶୀ ବନ୍ଧୁକ, ଗୋଟିଏ ମଟର ସାଇକେଲ (ଓଡି୧୧ଏନ୍-୧୩୩୭) ଓ ୧୨ କିଲୋ ହରିଣ ମାଂସ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କରଞ୍ଜିଆ ବ୍ଲକ ପାହାଡପୁର, ରାମଯୋଡ଼ି ଓ ବୁରୁଡ଼ିହି ଗ୍ରାମର ବାସୁଦେବ ନାଏକ, ଚକ୍ରଧର ଗାଗରାଇ, ସୁଦର୍ଶନ ନାଏକ ଓ କେରସେ ସିଂ ଖୁଣ୍ଟିଆ।

ଜନ୍ତୁ ଶିକାର ପାଇଁ ଏହି ୪ ଜଣ ବନ୍ଧୁକ ସହ ଗତକାଲି ରାତିରେ ଶିମିଳିପାଳ ଭିତରେ ପ୍ରବେଶ କରିଥିଲେ। ସେମାନେ ଦୁଇଟି ହରିଣ ଶିକାର କରିବା ପରେ ମାଂସକୁ ଧରି ବାଇକ୍‌ରେ ଆସୁଥିବା‌ ବେଳେ ଆଜି ଭୋର ସମୟରେ ଶିମିଳିପାଳ ଅଭୟାରଣ୍ୟ ପାଣିଅଁଳାଠାରେ ବନ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ସହକାରୀ ବନ ସଂରକ୍ଷକ ପ୍ରଦୀପ କୁମାର ଦେଓଙ୍କ ନେତୃତ୍ୱରେ କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ରମେଶ ମାରାଣ୍ଡି, ବନପାଳ ହୃଷୀକେଶ ବାରିକ, ପଙ୍କଜ କୁମାର ବେହେରା, ରାଜୀବଲୋଚନ ମହାନ୍ତ, ବନରକ୍ଷୀ ଚିନ୍ମୟ ମିଶ୍ର, ସରୋଜ ପାତ୍ର, ମନୋଜ ହାବଡା, ଦୁତି ନାଏକ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe