ବଲାଙ୍ଗୀରରେ କାନ୍ଥପଡ଼ି ୨ ଜଣଙ୍କର ମୃତ୍ୟୁ: ଏସ୍‌ଆର୍‌ସି

Advertisment
ବଲାଙ୍ଗୀରରେ କାନ୍ଥପଡ଼ି ୨ ଜଣଙ୍କର ମୃତ୍ୟୁ: ଏସ୍‌ଆର୍‌ସି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ୧୩ ତାରିଖରୁ ସାରା ରାଜ୍ୟରେ ଭଲ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ରେକର୍ଡ଼ ପରିମାଣର ବର୍ଷା ହୋଇଛି। ଆଜି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଛନ୍ତି ସୋନପୁର ଜିଲ୍ଲାରେ ସର୍ବାଧିକ ୧୨୫ ମିଲିମିଟର ବର୍ଷା ହୋଇଛି। ସେହିପରି ଆଜି ସକାଳ ସୁଦ୍ଧା ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍‌ରେ ୨୪୦ ମିଲିମିଟର ବର୍ଷ ରେକର୍ଡ଼ କରାଯାଇଛି। ଗତକାଲି ରାତିରେ ବଲାଙ୍ଗୀରରେ କାନ୍ଥପଡ଼ି ୨ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଲଘୁଚାପ ଜନିତ ଲଗାଣ ବର୍ଷାର ସମ୍ପର୍କରେ ସୂଚନା ଦେଇ ଏସ୍‌ଆର୍‌ସି କହିଛନ୍ତି, ଗତକାଲି ସକାଳଠାରୁ ଆଜି ସକାଳ ପର୍ଯ୍ୟନ୍ତ ମାଲକାନିଗିରି ଜିଲ୍ଲାରେ ୧୦୦ ମିଲିମିଟର, ବୌଦ୍ଧରେ ୯୭ ମିଲିମିଟର, ବରଗଡ଼ରେ ୯୫ ମିଲିମିଟର, ସମ୍ବଲପୁରରେ ୮୫ ମିଲିମିଟର, ବଲାଙ୍ଗୀରରେ ୭୩ ମିଲିମିଟର, ଦେବଗଡ଼ରେ ୭୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ବାକି ୬ଟି ଜିଲ୍ଲା ଯଥା ଝାରସୁଗୁଡ଼ା, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ, ଅନୁଗୁଳ ଓ ସୁନ୍ଦରଗଡ଼ରେ ହାରାହାରି ୨୫ରୁ ୫୦ ମିଲିମିଟର ବର୍ଷା ହୋଇଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ବାଲେଶ୍ବରରେ ସ୍ବାଭାବିକ ବର୍ଷା ରେକର୍ଡ଼ କରାଯାଇଛି। ଏହାବ୍ୟତୀତ ଅନ୍ୟ କୌଣସି ବି ସ୍ଥାନରେ ବର୍ଷା ଜନିତ କ୍ଷୟକ୍ଷତି ନେଇ ସୂଚନା ନାହିଁ। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ଚାଷ କାର୍ଯ୍ୟ ଆଗେଇଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe