ଭିମ୍‌ସାର ଆଇସୋଲେସନ୍‌ ୱାର୍ଡରେ ୨ ମୃତ

Advertisment
ଗୁୁରୁତର ରୋଗୀଙ୍କ ଚିକିତ୍ସାରେ ଅବହେଳା : ଭିମ୍‌ସାରରେ ଉତ୍ତେଜନା ପରେ ନିୟମ ବଦଳିଲା

image source--new indian express

ସମ୍ବଲପୁର: ମଙ୍ଗଳବାର ଭିମ୍‌ସାର ଆଇସୋଲେସନ୍‌ ୱାର୍ଡରେ ୨ ଜଣଙ୍କର ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ବାହାରିଥିବା ସମୟ‌ରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଆଇସୋଲେସନ୍‌ ୱାର୍ଡକୁ ବିଶୋଧନ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାର ଜଣେ ବୃଦ୍ଧା(୬୦)ଙ୍କୁ ସୋମବାର ବିଳମ୍ବିତ ରାତିରେ ଭିମ୍‌ସାରରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ବୃଦ୍ଧାଙ୍କର ଶ୍ବାସକ୍ରିୟା ଜନିତ ଅସୁବିଧା ଥିବାରୁ ତାଙ୍କୁ କୋଭିଡ୍‌ ଆଇସୋଲେସନ୍‌ ୱାର୍ଡ‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ସ୍ବାବ୍ ରିପୋର୍ଟ ‌ନେଗେଟିଭ୍‌ ଆସିବା ପରେ ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେପଟେ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକ(୪୦) ସେପ୍ଟିସେମିଆ‌ ରୋ‌ଗରେ ଆକ୍ରାନ୍ତ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି ଥିଲେ। ସେ କାଶ ଓ ସର୍ଦ୍ଦିରେ ବି ଆକ୍ରାନ୍ତ ଥିବାରୁ ତାଙ୍କୁ ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କର ମଧ୍ୟ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ବାହାରିବା ପରେ ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଅପରପ‌କ୍ଷେ, ମଙ୍ଗଳବାର ଭିମ୍‌ସାର ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି ହୋଇଥିବା ୨ ରୋଗୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ରାଉରକେଲାର ଜନୈକା ମହିଳା(୪୦) ଦୀର୍ଘ ଦିନ ହେବ ଜ୍ବରରେ ଆକ୍ରାନ୍ତ ଥିବାରୁ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଭିମ୍‌ସାରରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର କାଶ ହେଉଥିବାରୁ ସ୍କ୍ରିନିଂ ପରେ ତାଙ୍କୁ ଆଇସୋଲେସନ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ରାଉରକେଲାସ୍ଥିତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ, ସମ୍ବଲପୁର ଜିଲ୍ଲାର ଜଣେ ପୁରୁଷ(୫୦) ଜ୍ବରରେ ଆକ୍ରାନ୍ତ ହୋଇ ଭିମ୍‌ସାରରେ ଭର୍ତ୍ତି ହୋଇଥିଲେ। ତେବେ ସ୍ବାବ୍‌ ପରୀକ୍ଷଣ ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe