ବାହାହେବେ ଆଉ ଦୁଇ ଜିଲ୍ଲାପାଳ

ପୁରୀ ଓ ରାୟଗଡ଼ା ଜିଲ୍ଲାପାଳଙ୍କ ମଧ୍ୟରେ ବିବାହ, ବାରଣାସୀରେ ସ୍ବଧାଦେବଙ୍କ ହାତ ଧରିବେ ସମର୍ଥ

ବାହାହେବେ ଆଉ ଦୁଇ ଜିଲ୍ଲାପାଳ

ସମ୍ବଲପୁର/ପୁରୀ : ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ବିତୀୟ ବିବାହ ଚର୍ଚ୍ଚା ଥମି ନଥିବାବେଳେ ରାଜ୍ୟର ଆଉ ଦୁଇଜଣ ଜିଲ୍ଲାପାଳ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ରାୟଗଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ ଚଳିତମାସରେ ବାରଣାସୀଠାରେ ପରସ୍ପରର ହାତ ଧରିବେ। ଏହା ସମର୍ଥ ଏବଂ ସ୍ବଧାଙ୍କ ଦ୍ବିତୀୟ ବିବାହ ହେବ।

ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ବିବାହ କରିଥିବାବେଳେ ସ୍ବଧା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପ୍ରଥମ ପତ୍ନୀ ଥିଲେ। କିନ୍ତୁ ଉଭୟ ଯୋଡ଼ିଙ୍କ ବିବାହ ବିଚ୍ଛେଦ ହୋଇଥିଲା। ସମର୍ଥ ସମ୍ବଲପୁର ଜିଲ୍ଲାପାଳ ଥିବାବେଳେ ପତ୍ନୀ ସୂଚୀଙ୍କ ସହ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ଓ ଉଭୟ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ। ବିଚ୍ଛେଦ ପରେ ସୂଚୀ ଝାଡ଼ଖଣ୍ଡର ଜଣେ ଆଇଏଏସ୍ ଅଧିକାରୀଙ୍କୁ ବିବାହ କରିଥିଲେ। ସେହିପରି ଚଞ୍ଚଳ ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିଛନ୍ତି।

୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସମର୍ଥ ପୁରୀ ଜିଲ୍ଲାପାଳ ହେବା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ବିଏମ୍‌ସି କମିସନର୍‌, ସମ୍ବଲପୁର ଜିଲ୍ଲାପାଳ ଓ ରାୟଗଡ଼ାର ପିଡି ଡିଆର୍‌ଡିଏ ଭାବେ କାର୍ଯ୍ୟ କରିଥିଲେ। ସେହିପରି ସ୍ବଧାଦେବ ସିଂହ ରାୟଗଡ଼ା ଆସିବା ପୂର୍ବରୁ ନୂଆପଡ଼ା ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe