ଶୌଚ ହେବାକୁ ଯାଇ ପୋଖରୀରେ ଖସିଗଲେ ୨ ସାଙ୍ଗ; ଡାକ୍ତରଖାନାରେ ମୃତ ଘୋଷିତ

Advertisment
ମୟୂରଭଂଜ: ନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

Representative image

ଧାମନଗର/ଭଦ୍ରକ: ଶୌଚ ହେବାକୁ ଯାଇ ଦୁଇ ସାଙ୍ଗ ପୋଖରୀରେ ଖସିପଡ଼ିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୫ନମ୍ବର ୱାର୍ଡର ଶ୍ୟାମପୁର ମୌଜାରେ ଆଜି ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକମାନେ ହେଲେ କମଳା ମଲ୍ଲିକ ଓ ମୁକେଶ ଗିରି।

ସୂଚନା ଅନୁସାରେ ଶ୍ୟାମପୁର ମୌଜା ଅନ୍ତର୍ଗତ ଦକ୍ଷିଣବାଡ଼ ଗ୍ରାମର ସୁଧୀର ମଲ୍ଲିକଙ୍କ ପୁଅ କମଳା ଲୋଚନ ମଲ୍ଲିକ ଓ ସେହି ଗ୍ରାମର ପ୍ରେମାନନ୍ଦ ଗିରୀଙ୍କ ପୁଅ ମୁକେଶ ଗିରି ଗାଁ ଯଜ୍ଞରେ ପ୍ରସାଦ ସେବନ କରି ନିକଟସ୍ଥ କେନାଲ ବନ୍ଧ ପୋଖରୀ ପାଖ ପଡ଼ିଆରେ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ କାଦୁଆରେ ଗୋଡ ତଳକୁ ଖସି ଯିବାରୁ ଦୁଇ ସାଙ୍ଗ ପୋଖରୀ ଭିତରକୁ ପଡି ଯାଇଥିଲେ। ପୋଖରୀ ପାଣିରେ ବୁଡ଼ି ଯାଇ ଆଉ ବାହାରି ପରି ନଥିଲେ। ପରେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ପୋଖରୀ ନିକଟକୁ ଯାଇ ଉଦ୍ଧାର କରିଥିଲେ। ଉଭୟଙ୍କୁ ଧାମନଗରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏଇ ଘଟଣାକୁ ନେଇ ଧାମନଗର ଶୋକ ପ୍ରକାଶ ପାଇଛି।

କାଶ ଥାଉ କି ଗତ ୪ ଦିନ ତଳେ ଭଦ୍ରକ ବ୍ଲକ୍ ର ହରିପୁର ଅଞ୍ଚଳରେ ମଧ୍ୟ ୩ କଲେଜ ପଢୁଆ ସାଙ୍ଗ ନାଲିଆ ନଦୀରେ ବୁଡ଼ି ଯାଇ ଥିଲେ। ତାଙ୍କୁ ଭଦ୍ରକ ଡାକ୍ତରନରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe