ଖଡ଼ଖାଇରେ ୨ଜଣଙ୍କ ସଲିଳ ସମାଧି : ଭାଇକୁ ବଞ୍ଚାଇବା ପାଇଁ ଡେଇଁପଡ଼ିଲା ଭଉଣୀ

ଖଡ଼ଖାଇରେ ୨ଜଣଙ୍କ ସଲିଳ ସମାଧି : ଭାଇକୁ ବଞ୍ଚାଇବା ପାଇଁ ଡେଇଁପଡ଼ିଲା ଭଉଣୀ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ମଧ୍ୟ ଦେଇ ପ୍ରବାହିତ ଖଡ଼ଖାଇ ନଦୀରେ ଦୁଇ ଭାଇଭଉଣୀ ସଲିଳ ସମାଧି ନେଇଛନ୍ତି। ପ୍ରଥମେ ଭାଇ ଭାସିଯାଉଥିବା ଦେଖି ଭଉଣୀ ନଦୀ ଗର୍ଭକୁ ଡେଇଁ ପଡ଼ିଥିଲା। ଖଡ଼ଖାଇର ଜଳରାଶିରେ କେହି ବର୍ତ୍ତି ପାରିନଥିଲେ।

publive-image

ଆଜି ସକାଳେ ଖଡ଼ଖାଇ ନଦୀର ଜଗନ୍ନାଥ ମନ୍ଦିର ଘାଟରେ ଗାଧୋଇବାକୁ କାନ୍ତି ମାଲି(ଗୁଜୁରାତି)ଙ୍କ ସହିତ ୧୦ବର୍ଷର ପୁଅ ସାଗର ଓ ୨୫ବର୍ଷର ଝିଅ ହିନା ଆସିଥିଲେ। ମାଆ ଲୁଗାପଟା ସଫା କରୁଥିବା ବେଳେ ପୁଅ ସାଗର ଗାଧୋଇବାକୁ ନଦୀ ପାଣିକୁ ଓହ୍ଲାଇଥିଲା। ବର୍ଷାରେ ଖଡ଼ଖାଇ ନଦୀରେ ସ୍ରୋତ ପ୍ରଖର ଥିବା ବେଳେ ସାଗରଙ୍କ ଗୋଡ଼ ହଠାତ୍‌ ଖସିଯାଇଥିଲା। ପାଣି ସ୍ରୋତରେ ସାଗର ବୁଡ଼ି ଯିବା ଦେଖି ବଡ଼ ଭଉଣୀ ହିନା ପାଣି ଭିତରକୁ ଡେଇଁ ପଡ଼ିଥିଲେ। ମାଆ ବିକଳରେ ଚିଲ୍ଲାଇବାରୁ ପାଖରେ ରଥ କାମ କରିବାକୁ ଆସିଥିବା ଲୋକେ ଦୌଡ଼ି ଆସି ନଦୀ ପାଣିରେ ପଶି ଖୋଜାଖୋଜି କରିଥିଲେ। ସେମାନେ ପ୍ରଥମେ ହିନାଙ୍କୁ ପାଣି ଭିତରୁ ଉଦ୍ଧାର କରି କୂଳକୁ ଆଣିବା ବେଳକୁ ତଙ୍କର ମୃତ୍ୟୁ ଘଟିସାରିଥିଲା। ପରେ ରାଇରଙ୍ଗପୁର ଅଗ୍ନିଶମ ବିଭାଗର ଟିମ୍‌ ଆସି ନଦୀକୂଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ଵରାନ୍ଵିତ କରିଥିଲେ। ପାଣି ଭିତରେ ବୁଡ଼ି ଖୋଜାଖୋଜି କରିବାର ପ୍ରାୟ ଏକ ଘଣ୍ଟା ପରେ ସାଗରର ମୃତ ଦେହକୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe