ଭବାନୀପାଟଣା : ପୋଖରୀରରେ ବୁଡ଼ି ପିଉସୀ-ଝିଆରୀ ମୃତ

ସାବାସ୍‌ ଶୁଭଶ୍ରୀ! ୫ ବର୍ଷର ଝିଅକୁ ପାଣିରୁ ଟାଣିଆଣିଲା

Odisha Bytes

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ରିଷିଡ଼ା ଫାଣ୍ଡି ଅଧୀନ ଶିରାବାହାଲ ଗ୍ରାମରେ ପୋଖରୀରେ ବୁଡ଼ି ପିଉସୀ-ଝିଆରୀଙ୍କ ମୃତ୍ୟୁ ହୋଇଛି। ଗ୍ରାମର ସୀତାରାମ ଛତ୍ରିଆଙ୍କ ଝିଅ ଅଷ୍ଟମୀ ଛତ୍ରିଆ (୧୮) ଓ ନାତୁଣୀ ଅର୍ଥାତ୍‌ ଅଷ୍ଟମୀଙ୍କ ଝିଆରୀ ସିମରନ୍ (୧୨) ଗୁରୁବାର ପ୍ରାୟ ଦିନ ୧ଟା ସମୟରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ, ସେମାନଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଆସି ପୋଖରୀରେ ଖୋଜାଖୋଜି କରି ସିମରନଙ୍କୁ ଉଦ୍ଧାର କରିଥିଲେ। ଅଷ୍ଟମୀର ପତ୍ତା ମିଳନଥିଲା। ସିମରନ୍‌ ବଞ୍ଚିଥିବା ଭାବି ତାକୁ କର୍ଲାମୁଣ୍ଡା ସିଏଚ୍‌ସିକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଅନ୍ୟପଟେ ଅଷ୍ଟମୀର ପତ୍ତା ନମିଳିବାରୁ କର୍ଲାମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ବିଭାଗର କର୍ମଚାରୀ ଏବଂ କର୍ଲାମୁଣ୍ଡା ତହସିଲ୍‌ଦାର ବାସନ୍ତୀ ସେଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନଶମ କର୍ମଚାରୀଙ୍କ ଖୋଜାଖୋଜି ପରେ ଅଷ୍ଟମୀର ଶବକୁ ଉଦ୍ଧାର କରାଯାଇଥିଲା। ମ.ରାମପୁର ଥାନାର ଏଏସ୍‌ଆଇ ଅକ୍ଷୟ ଜାଲ ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ୍‌ ଶ୍ରୀମତୀ ସେଠୀଙ୍କ ଉପସ୍ଥିତିରେ ଶବ ଜବତ କରିଥିଲେ। ମୃତ ସିମରନଙ୍କ ବାପା ସନ୍ତୋଷ ଛତ୍ରିଆ ପରିବାର ସହ ମଦନପୁରରେ ରହୁଥିଲେ। ଗତ କିଛି ଦିନ ହେବ ସିମରନ୍‌ ଶିରାବାହାଲ ଗାଁକୁ ଆସି ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe