Advertisment

ପୋଖରୀରେ ବୁଡ଼ି ଆଈ ଓ ନାତି ମୃତ

Advertisment
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ବୁର୍ଜା ଗ୍ରାମରେ ପାଣିରେ ବୁଡି ମହିଳା ମୃତ

rebloggy.com

ଦେବଗଡ଼/ରିଆମାଳ : ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଢୋଲପଡ଼ା ପଞ୍ଚାୟତ ଅନ୍ତର୍ଗତ ମାଳଚୁଆ ଗ୍ରାମରେ ଶନିବାର ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ ଆଈ ଓ ନାତିଙ୍କ ମୃତ୍ୟୂ ଘଟିଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଗାଁ’ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ପ୍ରାପ୍ତ ସୂଚନାନୁସାରେ ଆଜି ଗାଁ’ର ମାଧବୀ ସିଂ (୫୫) ନିଜର ନାତି ଲଳିତ ସିଂ (୫)କୁ ନେଇ ଗାଧୋଇବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ଲଳିତ ଗଭୀର ପାଣିକୁ ପଶି ବୁଡ଼ିଯାଇଥିଲା। ଏହା ଦେଖି ମାଧବୀ ନାତିକୁ ଉଦ୍ଧାର କରିବାକୁ ଯାଇ ପାଣିକୁ ପଶିଥିଲେ ହେଁ ଆଉ ବାହାରି ପାରିନଥିଲେ। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ସହାୟତାରେ ପୋଖରୀ ମଧ୍ୟରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ସୂଚନା ପାଇ କଂସର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦ୍ୱୟ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଘଟଣାଟି ଗାଁ’ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe