ନଦୀରେ ଭାସି ଯାଇ ୨ ମୃତ

Advertisment
ନଦୀରେ ଭାସି ଯାଇ ୨ ମୃତ

ଯଶିପୁର/ତିହିଡି : ଖଇରୀ ନଦୀ ପାର ହେଉଥିବା ବେଳେ ଗତକାଲି ଜଣେ ଯୁବକ ଭାସି ଯାଇ ପ୍ରାଣ ହରାଇଛନ୍ତି। ଆଜି ତାଙ୍କ ଶବ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଶିମିଳିପାଳ ବନାଞ୍ଚଳ ଧଳାବଣି ପଞ୍ଚାୟତ ଅନ୍ତର୍ଗତ ଉତ୍ତରାସ ଗାଁର ଶୁକ୍ରା ପୂର୍ତ୍ତି(୪୦)। ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ରାମ ସିଂ ସହିତ ଶୁକ୍ରା ଖଇରୀ ନଦୀର ଘାଟରେ ପାର ହେଉଥିଲେ। ମାତ୍ର ଶୁକ୍ରା ଅକସ୍ମାତ ନଦୀର ପ୍ରବଳ ସ୍ରୋତରେ ଭାସି ଯାଇଥିଲେ।

ସେହିପରି ତିହିଡି ଥାନା ଅଧୀନ ଦୋଳସାହି ରାଢଙ୍ଗ ନିକଟସ୍ଥ କୁଣ୍ତି ନଦୀକୁ ଶୌଚ ହେବାକୁ ଯାଇ ଜଣେ କଲେଜ ଛାତ୍ରୀଙ୍କ ସଲିଳ ସମାଧି ହୋଇଛି। ଦୋଳସାହି ପଞ୍ଚାୟତ ଅଧିନ ରାଢଙ୍ଗ ଗ୍ରାମର ବିଜୟ ଜେନାଙ୍କ ଝିଅ ସସ୍ମିତା ଜେନା(୧୭) ଆଜି ଭୋର‌୍‌ ପ୍ରାୟ ୫ଟାରେ ସସ୍ମିତା ଗାଁ ମୁଣ୍ତ କୁଣ୍ତି ନଦୀ କୂଳକୁ ଶୌଚ ଯାଇଥିଲେ। ନଦୀରେ ଗୋଡ ଖସିଯିବାରୁ ତଳକୁ ଖସି ଯାଇଥି‌େଲ। ଗ୍ରାମବାସୀ ଉଦ୍ଧାର କଲାବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe