ପାଣିରେ ବୁଡ଼ି ୨ ମୃତ

ମାଛ ଧରିବାକୁ ଯାଇ ନାବାଳକ ମୃତ

ପାଣିରେ ବୁଡ଼ି ୨ ମୃତ

The Hans India

କାମାକ୍ଷାନଗର/ଭୁବନ : ଭିନ୍ନ ଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ଦୁଇଜଣଙ୍କର ମୃତ୍ୟୁ ଘଟିଛି। କାମାକ୍ଷାନଗର ଥାନା ଶିବୁଳାପଶି ଗାଁ‌େର ଆଜି ଜଣେ ଯୁବକ କେନାଲରେ ଗାଧୋଉଥିଲା ବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେହିଭଳି ଗତକାଲି ସୁକିନ୍ଦା ଥାନା ଦାମୋଦରପୁର ଗାଁରେ ରହି ପାଠ ପଢୁଥିବା ଭୁବନ ବ୍ଲକ୍ କିଙ୍ଗୋଳ ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ର ଶୌଚ ହେଉଥିଲା ବେଳେ ପାଣି ଖାତରେ ବୁଡ଼ି ପ୍ରାଣ ହରାଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, କାମାକ୍ଷାନଗର ଥାନା ଶିବୁଳାପଶି ଦେବାନନ୍ଦ ମହାନ୍ତି(୩୫) ଆଜି ଅପରାହ୍ଣ ପ୍ରାୟ ୧ଟାବେଳେ ଗାଁ ନିକଟ ରେଙ୍ଗାଳି କେନାଲ ଫାଟକ ପାଖରେ ଗାଧୋଉଥିଲେ। ଏହି ସମୟରେ ପ୍ରବଳ ସ୍ରୋତରେ ସେ ଭାସିଯାଇଥିଲେ। ନିକଟ ଜମିରେ କାମ କରୁଥିବା ବାଉଁଶପାଳ ଗାଁର ସୂର୍ଯ୍ୟ ବିଶ୍ୱାଳ ଦେବାନନ୍ଦଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ସହ ଦମକଳ ବାହିନୀକୁ ଏହି ଖବର ଦେଇଥିଲେ। ବହୁ ଉଦ୍ୟମ ପରେ ସୂର୍ଯ୍ୟ ଦେବାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଦମକଳ ବାହିନୀ ପହଞ୍ଚି ତାଙ୍କୁ ନେଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତି କରିଥିଲେ। ତେବେ ଡାକ୍ତର ଦେବାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ଏ ସଂପର୍କରେ ତଦନ୍ତ ଚଳାଇଛି।

ଅନ୍ୟପକ୍ଷରେ ଭୁବନ ବ୍ଲକ୍‌ ଭୁଷଳ ପଞ୍ଚାୟତ କିଙ୍ଗୋଳ ଗାଁର ହେମନ୍ତ ମିଶ୍ରଙ୍କ ପୁଅ କାହ୍ନୁଚରଣ (୧୪) ସୁକିନ୍ଦା ଥାନା ଦାମୋଦରପୁର ଗାଁରେ ପିଉସୀଙ୍କ ପାଖରେ ରହି ନିକଟ ମହାଗିରି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଗତକାଲି ସେ ଘର ପଛ ପାଖରେ ଥିବା ଏକ ଖାତକୁ ଶୌଚ ହେବାକୁ ଯାଇଥିଲେ। ଗୋଡ଼ ଖସିଯିବାରୁ କାହ୍ନୁ ବୁଡ଼ିଯାଇଥିଲେ। ସୁକିନ୍ଦା ଦମକଳ ବାହିନୀ ତାଙ୍କୁ ଖାତରୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ମାଛ ଧରିବାକୁ ଯାଇ ନାବାଳକ ମୃତ

ରେଙ୍ଗାଲି : ହୀରାକୁଦ ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିବା ସମ୍ବଲପୁର ଜିଲ୍ଲା ଠେଲକୋଳେଇ ଥାନା ଅନ୍ତର୍ଗତ ଖିଣ୍ଡା ପଞ୍ଚାୟତ ଦନ୍ତାମୁରା ଗ୍ରାମର ଜଣେ ଦଶମ ଶ୍ରେଣୀ ଛାତ୍ର ବିକାଶ ହାତୀ(୧୫)ଙ୍କ ଶବ ତିନି ଦିନ ପରେ ଉଦ୍ଧାର ହୋଇଛି। ସେ ତାଙ୍କ ବାପାଙ୍କ ସହିତ ମାଛ ମାରିବାକୁ ଡଙ୍ଗାରେ ଯାଇଥିଲେ। କୌଣସି କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବିକାଶଙ୍କ ବାପା କୌଣସିମତେ କୂଳକୁ ଆସିଥିଲେ। ମାତ୍ର ବିକାଶଙ୍କର କୌଣସି ପତ୍ତା ମିଳି ନଥିଲା। ରବିବାର ଝାରସୁଗୁଡ଼ା ଜିଲ୍ଲା କୁମ୍ଭାରବନ୍ଧ ଫାଣ୍ଡି ଅଧୀନରେ ଥିବା ତାହୁଡ଼ ଘାଟ ଅଞ୍ଚଳରେ କିଛି ମତ୍ସ୍ୟଜୀବୀ ମାଛ ମାରୁଥିବା ବେଳେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe