କୁଲଡିହାରେ ହାତୀକୁ ମ‌ାରି ଦାନ୍ତ ତାଡ଼ି ନେବା ଘଟଣା, ଦୁଇ ବନ କର୍ମଚାରୀ ନିଲମ୍ବିତ

Advertisment
କୁଲଡିହାରେ ହାତୀକୁ ମ‌ାରି ଦାନ୍ତ ତାଡ଼ି ନେବା ଘଟଣା, ଦୁଇ ବନ କର୍ମଚାରୀ ନିଲମ୍ବିତ

IndiaMike

ନୀଳଗିରି : ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ତ ଅନ୍ତର୍ଗତ କୁଲଡିହା ଅଭୟାରଣ୍ୟରେ ଏକ ଦନ୍ତାହାତୀକୁ ମାରି ଶିକାରୀମାନେ ଦାନ୍ତ ତାଡ଼ି ନେଇଥିଲେ। ଏହି ଘଟଣାରେ ଆଜି ବନ ବିଭାଗର ଦୁଇଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

ସୂଚନା ଅନୁସାରେ; ଅଭୟାରଣ୍ୟର କୁଲଡିହା-୧ ବିଟ୍‌ ହାଉସ୍‌ ନିକଟ ଭାଲୁବସା ଜଙ୍ଗଲରେ ଗତ ୫ ତାରିଖ ସକାଳେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଥିଲା। ହାତୀଟିକୁ ୫/୬ ଦିନ ତଳେ ମରାଯାଇଥଲା ଏବଂ ତା’ର ଦୁଇଟି ଦାନ୍ତକୁ ଶିକାରୀମାନେ ତାଡ଼ି ନେଇଥିଲେ। ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆଜି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସଦୃଶ କୁଲଡିହା-୧ ବିଟ୍‌ ହାଉସ୍‌ ଫରେଷ୍ଟର କିଶୋର ଭୂୟାଁ ଓ ଫରେଷ୍ଟ ଗାର୍ଡ ଲାଲମୋହନ ସିଂଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ତେବେ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଯାହାକିଛି ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଲେଶ୍ବର ଡିଏଫ୍‌ଓ ବିଶ୍ବରାଜ ପଣ୍ତା ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe