ବ୍ୟକ୍ତିଗତ ଆକାଉଣ୍ଟରେ ସରକାରଙ୍କ ୬ କୋଟି, ୨ କର୍ମଚାରୀ ନିଲମ୍ବିତ

Advertisment
ଚାକିରିରୁ ନିଲମ୍ବନ ହେଲେ ବିଷମକଟକ ତହସିଲଦାର ତଥା ତତ୍କାଳୀନ ସବ୍‌-ରେଜିଷ୍ଟ୍ରାର

Rising Kashmir

ଠାକୁରମୁଣ୍ଡା/ କରଞ୍ଜିଆ ଗୋଲେଇ : ସରକାରୀ ବାବୁମାନେ କେତେ ଖାମଖିଆଲ ତାର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକରେ। ମଧୁବାବୁ ପେନସନ୍‌ ପାଇଁ ସରକାରୀ ଆକାଉଣ୍ଟକୁ ଟଙ୍କା ଯିବା କଥା, ହେଲେ ଚାଲିଗଲା ଅନ୍ୟ ଜଣକର ବ୍ୟକ୍ତିଗତ ଆକାଉଣ୍ଟକୁ। ହଜାରେ କି ଦୁଇ ହଜାର ନୁହେଁ, ୧୮ ମାର୍ଚ୍ଚ ୨୦୧୯ରୁ ପାଖାପାଖି ୬ କୋଟି ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ଠାକୁରମୁଣ୍ଡା ବ୍ଲକର ଖଣ୍ଡବନ୍ଧ ପଞ୍ଚାୟତ ବଡ଼ପଶି ଗାଁର ବେଣୁଧର ମହାନ୍ତଙ୍କ ଆକାଉଣ୍ଟ(୫୪୬୫୧୦୧୧୦୦୦୭୯୪୩)ରେ ଡିପୋଜିଟ୍ ହୋଇଛି। ଯେତେବେଳେ ସରକାର ଚାରିମାସର ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଲେ, ସେତେବେଳେ ହିଁ ଘଟଣା ପଦାକୁ ଆସିଛି।

ପ୍ରକୃତରେ ସରକାରୀ ଆକାଉଣ୍ଟ ନମ୍ବର ହେଉଛି ୫୪୬୫୧୦୧୦୦୦୦୭୯୪୩। କିନ୍ତୁ ଟଙ୍କା ଡିପୋଜିଟ୍ କରିବା ପାଇଁ ବ୍ଲକରୁ ଯାଇଥିବା ଚିଠିରେ ଏହି ଆକାଉଣ୍ଟ ନମ୍ବର ଦିଆଯିବା ବଦଳରେ ବେଣୁଧର ମହାନ୍ତଙ୍କ ଆକାଉଣ୍ଟ ନମ୍ବର ପ୍ରଦାନ କରାଯାଇଥିଲା। ଏ ସମ୍ପର୍କିତ ଏକ ଚିଠି ୨୯ ଡିସେମ୍ବର ୨୦୧୭ ମସିହାରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟକୁ ଯାଇଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଦୁଇଟି ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ ହୋଇଥିବା ସୂଚନା ଦେଇଛନ୍ତି। କିନ୍ତୁ ଏସବୁ ଟଙ୍କା ଭୁଲ ଆକାଉଣ୍ଟରେ ଡିପୋଜିଟ୍‌ ହୋଇଛି। ଯେତେବେଳେ ଏକକାଳୀନ ୪ ମାସର ଭତ୍ତା ଦେବାକୁ ନିର୍ଦ୍ଦେଶ ଆସିଲା ସେତେବେଳେ ହିଁ ଆକାଉଣ୍ଟରେ ଟଙ୍କା ନଥିବା ଜଣାପଡ଼ିଥିଲା। ବେଣୁଧର ମହାନ୍ତଙ୍କ ଆକାଉଣ୍ଟରେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୫ କୋଟି ୭୭ ଲକ୍ଷ୯୨ହଜାର ୪୬୫ ଟଙ୍କା ଡିପୋଜିଟ୍‌ ହୋଇଛି। ଖାଲି ସେତିକି ନୁହେଁ, ତାଙ୍କ ଆକାଉଣ୍ଟରେ ଏତେ ଟଙ୍କା ଜମା ହୋଇଥିବା ଦେଖି ବେଣୁଧର ମଧ୍ୟ କାହାକୁ କିଛି ନକହି ବିଭିନ୍ନ ପର୍ଯ୍ୟାୟରେ ୧ ଲକ୍ଷ ୫୫ ହଜାର ଟଙ୍କା ଉଠାଇଥିବା ଜଣାପଡ଼ିଛି।

ଏହି ଘଟଣା ଜଣାପଡ଼ିବା ପରେ ବ୍ଲକ କ୍ୟାସିଅର ପୂର୍ଣ୍ଣଚନ୍ଦ୍ର ନାଏକ ଓ ଭାରପ୍ରାପ୍ତ ବିଏସଏସଓ ଛତିଶ ମାଟିଆଙ୍କୁ ଗତକାଲି ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ତେବେ ଯେତେବେଳେ ଭୁଲ ଚିଠି ଯାଇଥିଲା, ସେତେବେଳେ ସାମାଜିକ ସୁରକ୍ଷା ଅଧିକାରୀ ଭାବେ ଗୋପୀନାଥ ସୟ ଦାୟିତ୍ବରେ ଥିଲେ। ଏଥିରେ ସେମାନଙ୍କର କିଛି ଭୁଲ ନ ଥିବା ପୂର୍ଣ୍ଣଚନ୍ଦ୍ର ନାଏକ ଓ ଛତିଶ ମାଟିଆ କହିଛନ୍ତି। ଏ ନେଇ ସେମାନେ ନ୍ୟାୟାଳୟକୁ ଯିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe