ବାଲେଶ୍ବର: ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯାଉଥିବା ବେଳେ ଏବେ ରାଜନୀତି କ୍ଷେତ୍ରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। ଏଥର ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ଅନେକ ମହିଳାଙ୍କୁ ନିର୍ବାଚନୀ ଲଢ଼ିବା ପାଇଁ ସୁଯୋଗ ମିଳିଛି। ଏହି କ୍ରମରେ ବାଲେଶ୍ବର ପୌରପାଳିକାରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଦୁଇ ମହିଳା ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେମାନେ ହେଲେ ୧୬ ନମ୍ବର ୱାର୍ଡର ସବିତାରାଣୀ ଦାସ ଏବଂ ୩୦ ନମ୍ବର ୱାର୍ଡର ସୁନିଆ ମୁର୍ମୁ।
/sambad/media/post_attachments/wp-content/uploads/2022/03/547b2414-1407-4787-85fb-aff360c13e7b.jpg)
ଆସନ୍ତା ପୌର ନିର୍ବାଚନ ପାଇଁ ବାଲେଶ୍ବର ପୌରପାଳିକାର ୧୬ ନମ୍ବର ୱାର୍ଡ ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ ସଂରକ୍ଷଣ ଅଛି। ସୁଜାତା କାଉନସିଲ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ସେ ଉକ୍ତ ୱାର୍ଡର ବୋହୂ ଅଟନ୍ତି।
/sambad/media/post_attachments/wp-content/uploads/2022/03/460ad3ed-51ac-4b70-97ca-3e465937b555.jpg)
ଏଥିସହ ବାଲେଶ୍ବର ସହର ଉପକଣ୍ଠସ୍ଥ ଏକ ଇଞ୍ଜିନିୟରିଂ କଲେଜରେ ସେ ଡିପ୍ଲୋମା ଇଞ୍ଜିନିୟରିଂ ପଢ଼ୁଥିବା ଜାଣିବାକୁ ମିଳିଛି। ନିଜ ୱାର୍ଡର ବିକାଶ ପାଇଁ ଜଣେ ଶିକ୍ଷିତା ଏବଂ ସଚେତନ ନାଗରିକ ଭାବେ ରାଜନୀତିରେ ସାମିଲ ହେବାକୁ ଇଚ୍ଛା ରଖିଥିବା ବେଳେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିବା ସେ କହିଛନ୍ତି। ସେହିପରି ପୌରାପାଳିକାର ୩୦ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ସେଠାରେ ସୁନିଆଁ ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ମଧ୍ୟ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବାର ସୁଯୋଗ ମିଳିଥିବା ବେଳେ ସେ ଜଣେ ବି-ଟେକ୍ ପଢ଼ିଥିବା ଜଣାଇଛନ୍ତି। ସୁନିଆଙ୍କ ସ୍ବାମୀ ଜଣେ ବିଜେଡି କର୍ମୀ। ନିଜ ୱାର୍ଡର ସର୍ବାଙ୍ଗୀନ ବିକାଶ ତାଙ୍କର ଏକମାତ୍ର ଲକ୍ଷ ବୋଲି ସେ କହିଛନ୍ତି।
Follow Us