କୋଭିଡ୍-୧୯କୁ ନେଇ ତ୍ବରିତ ଶୁଣାଣି: ୧୩ଲକ୍ଷ ବୀମାରାଶି ପାଇଲେ ଦୁଇ କ୍ଷତିଗ୍ରସ୍ତ ପରିବାର

ସଡ଼କ ଦୁର୍ଘଟଣାରେ ହୋଇଥିଲା ମୃତ୍ୟୁ

୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ବାରିପଦା: କରୋନା ଜନିତ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରିରହିଥିବା ବେଳେ ସଡ଼କ ଦୁର୍ଘଟଣାଜନିତ କ୍ଷତିଗ୍ରସ୍ତ ପରିବାରକୁ ବାରିପଦା ଏମ୍ଏସିଟି କୋର୍ଟରେ ତ୍ବରିତ ଶୁଣାଣି କରାଯାଇ ନ୍ୟାୟ ପ୍ରଦାନ କରାଯାଇଛି। ଦୁଇ ଦୁଇଟି ଦୁର୍ଘଟଣାଜନିତ ମୃତ୍ୟୁ ମାମଲାର ଶୁଣାଣି କରି କ୍ଷତିଗ୍ରସ୍ତ ପରିବାରଙ୍କୁ ଜିଲ୍ଲାଦୌରାଜଜ୍ ସଞ୍ଜୟ ରଞ୍ଜନ ବହିଦାର ରାୟ ଦେଇ ଆର୍ଥିକ କ୍ଷତିପୂରଣ ପ୍ରଦାନ କରାଯାଇଛି।

କୁଳିଅଣା ଥାନା ଅନ୍ତର୍ଗତ ଜିଆଣୀ ଗ୍ରାମର ବୁଧୁ ନାୟକଙ୍କ ପୁଅ ଦିବା ନାୟକ(୨୪)ଙ୍କର ଗତବର୍ଷ ଅଗଷ୍ଟ ୨୩ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସେହିପରି ଗତବର୍ଷ ଜୁନ୍ ୨୮ରେ ଜଳେଶ୍ବର ଥାନା ଅଧିନରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଖୁଣ୍ଟା ଥାନା ଅନ୍ତର୍ଗତ ଚତୁରୀ ଗ୍ରାମର ରୁଣ୍ଡା ବେହେରା(୫୫)ଙ୍କର ଅକାଳ ମୃତ୍ୟୁ ଘଟିଥିଲା। ଉଭୟ ମୃତକଙ୍କର ପରିବାର ଦୁର୍ଘଟଣା ଘଟାଇଥିବା ଗାଡ଼ିର ମାଲିକ ଏବଂ ବୀମା କମ୍ପାନୀ ବିରୋଧରେ ବୀମାରାଶି ନିମନ୍ତେ କ୍ଲେମ୍ କେସ୍ ଦାୟର କରିଥିଲେ।

ଉଭୟ ମାମଲାରେ ଚୋଳମଣ୍ଡଳମ୍ ଏମ୍ଏସ୍ ଜେନେରାଲ୍ ଇନ୍ସୁରାନ୍ସ୍ କମ୍ପାନୀ ପକ୍ଷଭୁକ୍ତ ଥିଲା। ଏହି ବୀମା କମ୍ପାନି ମୃତକ ବୁଧୁ ନାୟକଙ୍କ ପରିବାରକୁ କ୍ଷତିପୂରଣ ବାବଦ ୭ଲକ୍ଷ ଏବଂ ମୃତକ ରୁଣ୍ଡା ବେହେରାଙ୍କ ପରିବାରକୁ ୬ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିଛି। ବୀମା କମ୍ପାନି ପକ୍ଷରୁ ଉଭୟ ମାମଲାରେ ଆଇନଜୀବୀ ପ୍ରଦୀପ୍ତ କାନୁନଗୋ ପରିଚାଳନା କରିଥିଲେ। ଶୁଣାଣି ପାଇଁ କ୍ଷତିଗ୍ରସ୍ତ ପରିବାର ଅସୁବିଧାରେ ଦିନ କାଟୁଥିବାବେଳେ ମାନ୍ୟବର କୋର୍ଟଙ୍କ ପକ୍ଷରୁ ତ୍ବରିତ ବିଚାର କରାଯାଇ ନ୍ୟାୟ ପ୍ରଦାନ କରାଯାଇଛି। ବାରିପଦା କୋର୍ଟରେ ଏହିଭଳି ଦୁର୍ଘଟଣାଜନିତ କ୍ଷତିପୂରଣ ରାଶି ପାଇବା ନେଇ ପଡ଼ିରହିଥିବା ମାମଲାଗୁଡ଼ିକର ତ୍ବରିତ ଶୁଣାଣି କରାଗଲେ ଅନେକ କ୍ଷତିଗ୍ରସ୍ତ ପରିବାର ଉପକୃତ ହୁଅନ୍ତେ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe