ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

Advertisment
ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ସୋର: ବଜ୍ରାଘାତରେ ଦୁଇ ଜଣ ଚାଷୀଙ୍କର ମୃତ୍ୟୁ ହୋଇଛି। ବାଲେଶ୍ବର ଜିଲ୍ଲା ସୋର ବ୍ଲକ ରାଇପିତାମ୍ବର ଗ୍ରାମରେ ଆଜି ଅପରାହ୍‌ଣରେ ଏହି ଅଘଟଣ ଘଟିଛି। ମୃତକମାନେ ‌ହେଲେ ରାଇପିତାମ୍ବର ଗ୍ରାମର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳ।

ସୂଚନା ଅନୁସାରେ ଆଜି ଅପରାହ୍‌ଣରେ ବସନ୍ତ ଦାସ, ନରେନ୍ଦ୍ର ବିଶ୍ବାଳ ଓ ସୁରେନ୍ଦ୍ର ସାହୁଙ୍କ ସମେତ ଅନ୍ୟମାନେ ବିଲକୁ ଚାଷ କାମ ପାଇଁ ଯାଇଥିଲେ। ବିଲରେ କାମ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଏହି ତିନି ଜଣ ବଜ୍ରପାତର ଶିକାର ହୋଇଥିଲେ। ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳଙ୍କୁ  ମୃତ ଘୋଷଣା କରିଥିଲେ। ସୁରେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ତାଙ୍କର ଚିକିତ୍ସା ଜାରି ରହଇଛି। ଅନ୍ୟପଟରେ ରାଇପିତାମ୍ବର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe