ମାଟି ଅତଡ଼ା ଧସି ଦୁଇ ଚାଷୀ ମୃତ

Advertisment
ସର୍ପାଘାତରେ ନାବାଳିକା ମୃତ

ସିନ୍ଧେକେଲା/ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ ଅଦାବାହାଲ ପଞ୍ଚାୟତ ଡୁଙ୍ଗୁରିଗୁଡ଼ା ଗାଁରେ ରବିବାର ଦିନ ଏକ ଅଘଟଣ ଘଟିଛି। ଜମିକୁ ପାଣି ମଡ଼ାଇବା ପାଇଁ ପୋଖରୀ ହିଡ଼ କାଟୁଥିବା ବେଳେ ମାଟି ଧସିଯିବାରୁ ୨ଜଣ ଚାଷୀ ପ୍ରାଣ ହରାଇଛନ୍ତି। ମୃତ ଚାଷୀ ହେଲେ, ଗଣେଶ ବାଗ (୫୦ବର୍ଷ) ଓ ପରଦେଶୀ ଭୋଇ (୩୦ବର୍ଷ)।

ସୂଚନା ଅନୁସାରେ, ଟିଟିଲାଗଡ଼ ଅଞ୍ଚଳରେ ବର୍ତ୍ତମାନ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ପରିସ୍ଥିତିର ମୁକାବିଲା ସ୍ବରୂପ ଚାଷୀମାନେ ବିଭିନ୍ନ ଉତ୍ସରୁ ପାଣି ସଂଗ୍ରହ କରି ଜମିକୁ ମଡ଼ାଉଛନ୍ତି। ଆଜି ଗଣେଶ ଓ ପରଦେଶୀ ସମାନ ଉଦ୍ୟମ କରିଥିଲେ। ପୋଖରୀର ହିଡ଼ କାଟି ଜମିକୁ ପାଣି ନେବାପାଇଁ ଉଦ୍ୟମ କରୁଥିଲେ। ଏହିସମୟରେ ହଠାତ୍‌ ମାଟି ଧସି ପଡ଼ିବାରୁ ଉଭୟେ ପୋତି ହୋଇଯାଇଥିଲେ। ଖବର ପାଇବା ପରେ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ମୃତ‌ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe