ଲଗାଣ ବର୍ଷାରେ ପାଚେରୀ ଭାଙ୍ଗିଲା; ୨ ଚାଷୀ ଆହତ

ଲଗାଣ ବର୍ଷାରେ ପାଚେରୀ ଭାଙ୍ଗିଲା; ୨ ଚାଷୀ ଆହତ

ଲଇକେରା: ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ସାହାସପୁର ଠାରେ ଲଗାଣ ବର୍ଷା ଯୋଗୁଁ ଅପରାହ୍ନ ପ୍ରାୟ ଅଢେ଼ଇଟା ସମୟରେ ସାହାସପୁର ସେବା ସମବାୟ ସମିତିର ପାଚେରୀ ଭାଙ୍ଗି ଯାଇଛି। ସେବା ସମବାୟ ସମିତିର ସମ୍ମୁଖରେ ଥିବା ପାଚେରୀ ପାର୍ଶ୍ଵରେ ବସିଥିବା ନିକ୍ତିମାଲ (ଠାକୁରପଡା)ର ସଦାନନ୍ଦ ଭୋଇ ଓ ଖୁନ୍ତାମାଲର ବିରଞ୍ଚି ପ୍ରସାଦ କିସାନ ୨ଜଣ ଚାଷୀ ଆହତ ହୋଇଛନ୍ତି। ଉଭୟ ଚାଷୀ ଧାନ ବିକ୍ରି ପାଇଁ କାର୍ଡ ପଞ୍ଜିକରଣ ପାଇଁ ଆସି ସେବା ସମବାୟ ସମିତିର ପାଚେରୀ ପାର୍ଶ୍ଵରେ ଅପେକ୍ଷା କରିଥିଲେ। ଗୁରୁତର ଓ ଆହତ ଉଭୟ ଚାଷୀ ଙ୍କୁ ଉପସ୍ଥିତ ଅନ୍ୟ ଚାଷୀ ମାନେ ଉଦ୍ଧାର କରି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଛି। ଏବେବି ଭଙ୍ଗା ପାଚେରୀ ଭିତରେ ଏକ ସାଇକେଲ ରହିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe