new india express
କଟକ: ହାଇକୋର୍ଟରେ ଦୁଇଟି ନିର୍ବାଚନୀ ମୋକଦ୍ଦମା ଦାୟର ହୋଇଛି। ସୋର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମାଧବ ଧଡ଼ାଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ପର୍ଶୁରାମ ଧଡ଼ା ହାଇାକାର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୬୩୬୪୨ ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ ମାଧବ ଧଡ଼ା ସୋର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପକ୍ଷରେ ୬୨୮୪୦ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀ ପର୍ଶୁରାମ ଧଡ଼ା ଦ୍ବିତୀୟ ସ୍ଥାନରେ ରହିଥିଲେ।
ସେହିଭଳି ଭାବେ ଜଳେଶ୍ବର ଆସନରୁ ପରାଜିତ ବିଜେପି ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ମଧ୍ୟ ହାଇକୋର୍ଟରେ ନିର୍ବାଚନ ମୋକଦ୍ଦମା ଦାୟର କରିଛନ୍ତି। ଜଳେଶ୍ବର ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ଅଶ୍ବିନୀ କୁମାର ପାତ୍ରଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଏହି ମାମଲା ଦାୟର ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଜଳେଶ୍ବର ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଶ୍ରୀ ପାତ୍ର ୮୩୧୦୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଧାନ ୮୨୭୮୬ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।
Follow Us