ଭୁବନେଶ୍ବର: କେନ୍ଦୁଝରର ଦୁଇ ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂହ ଲାଗୁରି ଓ ଶକୁନ୍ତଳା ଲାଗୁରି ଆଜି ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି କ୍ରମରେ ଆଜି କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦୁହେଁ ହାତ ଧରିଛନ୍ତି। ନିଜ ପ୍ରତିକ୍ରିୟାରେ ଦୁହେଁ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଓ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ସାମିଲ ହୋଇଛନ୍ତି। ଓଡ଼ିଆଙ୍କ ଆତ୍ମସମ୍ମାନ ଓ ସ୍ବାଭିମାନ କ୍ଷୁର୍ଣ୍ଣ ହେଉଛି। ଓଡ଼ିଆ ଅସ୍ମିତାର ଲଢ଼େଇରେ ସାମିଲ ହେବା ସହ ରାଜ୍ୟବାସୀଙ୍କ ହକ୍ ପାଇଁ କାର୍ଯ୍ୟ କରିବୁ ବୋଲି ଉଭୟ କହିଛନ୍ତି। ଏହି ମିଶ୍ରଣ ପର୍ବରେ ମିନାକ୍ଷୀ ନଟରାଜନ, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ପଞ୍ଚାନନ କାନୁନ୍ଗୋ, ବିଶ୍ବରଂଜନ ମହାନ୍ତି, ବବିତା ଶର୍ମା, ଅନନ୍ତ ପ୍ରସାଦ ସେଠୀ, ମିନାକ୍ଷୀ ବାହିନୀପତି, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଶ୍ବଜିତ ଦାସ, ନିଶିକାନ୍ତ ମିଶ୍ର, ୟାସିର ନୱାଜ, ରଣଜିତ ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।
କଂଗ୍ରେସରେ ମିଶିଲେ କେନ୍ଦୁଝରର ଦୁଇ ପୂର୍ବତନ ସାଂସଦ
Advertisment
Follow Us