Advertisment

ଟ୍ରେନ୍‌ରେ କଟିଗଲେ ଦୁଇ ସାଙ୍ଗ: ଜଣେ ଆତ୍ମହତ୍ୟା କଲେ

Advertisment

ବଞ୍ଚାଇବାକୁ ଯାଇ ଅନ୍ୟ ଜଣଙ୍କର ମୃତ୍ୟୁ

ବଞ୍ଚାଇବାକୁ ଯାଇ ଅନ୍ୟ ଜଣଙ୍କର ମୃତ୍ୟୁ

ଟ୍ରେନ୍‌ରେ କଟିଗଲେ ଦୁଇ ସାଙ୍ଗ: ଜଣେ ଆତ୍ମହତ୍ୟା କଲେ

ସୋର: ବାଲେଶ୍ବର ଜିଲ୍ଲା ବାହାନଗା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ସାଙ୍ଗ ଟ୍ରେନ୍‌ ଲାଇନ୍‌ରେ ଦୌଡ଼ି ଆତ୍ମହତ୍ୟା କରିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ସାଙ୍ଗ ଟ୍ରେନ୍‌ ଧକ୍କ‌ାରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ; ବାହାନଗା ବ୍ଲକ୍‌ ଆରୁହାବାଡ଼ ଗ୍ରାମର ରମାକାନ୍ତ ପାଢ଼ୀଙ୍କ ସାନପୁଅ ରାକେଶ ପାଢ଼ୀ (୩୫) ଏବଂ ବରିପଦା ଗ୍ରାମର ହେମନ୍ତ ସାହୁଙ୍କ ଏକମାତ୍ର ପୁଅ ରତିକାନ୍ତ ସାହୁ (୨୨) ଦୁହେଁ ଭଲ ସାଙ୍ଗ। ରତିକାନ୍ତ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନିରେ ସିକ୍ୟୁରିଟି ଗାର୍ଡ ଚାକିରି କରୁଥିବା ବେଳେ ୩ ସପ୍ତାହ ତଳେ ଗାଁ’କୁ ଆସିଥିଲେ। ମଙ୍ଗଳବାର (ଆଜି) ମାମୁ ପୁଅ ଭାଇଙ୍କ ବାହାଘର ଥିବାରୁ ରତିକାନ୍ତ କିଣିଥିବା ଓଡି-୦୧-ଏକେ-୫୦୯୨ ନମ୍ବରର ଏକ ନୂଆ ଆପାଚି ବାଇକ୍‌ରେ ଦୁହେଁ କୌଣସି କାମ ପାଇଁ ଗତକାଲି ସୋର ଆସିଥିଲେ। ରାତି ପ୍ରାୟ ୧ଟା ହେବ; ସେମାନେ ଘରକୁ ଫେରୁଥିବା ବେଳେ ବନ୍ଦ ଥିବା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଅଟକିଥିଲେ। ହଠାତ୍‌ କ’ଣ ହେଲା କେଜାଣି; ଆତ୍ମହତ୍ୟା କରିବା ପାଇଁ ରତିକାନ୍ତ ବାଇକ୍‌ରୁ ଓହ୍ଲାଇ ଟ୍ରେନ୍‌ ଲାଇନ୍‌କୁ ଦୌଡ଼ି ଯାଇଥିଲେ। ଏହାଦେଖି ବଞ୍ଚାଇବା ଉଦ୍ଦେଶ୍ୟରେ ରାକେଶ ମଧ୍ୟ ତାଙ୍କ ପଛେ ପଛେ ଦୌଡ଼ି ଯାଇଥିଲେ। ହେଲେ ଦ୍ରୁତଗତିରେ ଥିବା ପୁରୀ-ହାଓଡ଼ା ସୁପର୍‌ଫାଷ୍ଟ ଏକ୍ସପ୍ରେସ୍‌ ରତିକାନ୍ତଙ୍କୁ ଧକ୍କା ଦେବାସହ ରାକେଶଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଉଭୟ କଟି ଯାଇଥିଲେ।

ଟ୍ରେନ୍‌ର ପାଇଲଟ୍‌ଙ୍କଠାରୁ ଖବର ପାଇ ସୋର ଆର୍‌ପିଏଫ୍‌ ଓ ବାଲେଶ୍ୱର ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ସକାଳ ଯାଏ ଜଗି ରହିଥିଲେ। ସୋର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ଶବଗୁଡ଼ିକ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରତିକାନ୍ତଙ୍କ ଆତ୍ମହତ୍ୟାର କାରଣ ଏଯାଏ ଜଣାପଡ଼ି ନାହିଁ। ଅନ୍ୟପଟେ ରେଳବାଇ ପୁଲିସ କେସ ନଂ. ୫୬/୨୪ ଓ ୫୫/୨୪ରେ ପୃଥକ୍‌ ମାମଲା ରୁଜୁ କରିଥିବା ବେଳେ ରାକେଶଙ୍କ ଭିଣୋଇ ପ୍ରଶାନ୍ତ ମାଝୀ ହତ୍ୟା ଅଭିଯୋଗ ଆଣିଛନ୍ତି। ଫାଟକ ପାଖରେ ଛିଡ଼ା ହୋଇଥିବା ବାଇକ୍‌ଟି ମଧ୍ୟ କେଉଁଆଡ଼େ ଉଭାନ ହୋଇଯାଇଛି। ଯାହାକୁ ନେଇ ଘଟଣାଟି ଏବେ ଭିନ୍ନ ମୋଡ଼ ନେଇଥିବା କୁହାଯାଉଛି। ଉଲ୍ଲେଖଥାଉକି, ରାକେଶ ବିବାହିତ। ତାଙ୍କର ପତ୍ନୀଙ୍କ ସହ ଜଣେ ଦେଢ଼ବର୍ଷର ଶିଶୁକନ୍ୟା ଅଛନ୍ତି। ସେହିପରି ରତିକାନ୍ତ ନିକଟରେ ରାକେଶଙ୍କ ଶାଳୀଙ୍କୁ ବିବାହ କରିବା ନେଇ ସ୍ଥିର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe