ଟ୍ରାକ୍ଟର ଚକା ତଳେ ଚାପି ହୋଇ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ବାଲେଶ୍ୱର ଜିଲ୍ଲା ଗୋପାଳ ପୁର ଥାନା ତାଳକୁରୁଣିଆ ପଂଚାୟତ ତାଳକୁରୁଣିଆ ଗାଁରେ ଟ୍ରାକ୍ଟର ଚକା ତଳେ ଚାପି ହୋଇ ଦୁଇ ସାଙ୍ଗଙ୍କ ଜୀବନ ଚାଲିଯାଇଛି । ଟ୍ରାକ୍ଟରଟି ରାସ୍ତାରୁ ବିଲକୁ ଓହ୍ଲାଇବା ବେଳେ ଓଲଟି ପଡିଥିଲା...

Two friends killed after being crushed under tractor wheels

Two friends killed after being crushed under tractor wheels

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଗୋପାଳ ପୁର ଥାନା ତାଳକୁରୁଣିଆ ପଂଚାୟତ ତାଳକୁରୁଣିଆ ଗାଁରେ ଟ୍ରାକ୍ଟର ଚକା ତଳେ ଚାପି ହୋଇ ଦୁଇ ସାଙ୍ଗଙ୍କ  ଜୀବନ ଚାଲିଯାଇଛି ।

ବୁଧବାର ସନ୍ଧ୍ୟାରେ ଗୋପାଳପୁର ଥାନା ତାଳକୁରୁଣିଆ ଗାଁର ଶାସିକାନ୍ତ ମଳିକଙ୍କ ପୁଅ ସତ୍ୟଜିତ ମଳିକ (୨୦) ଓ ଦିଲୀପ ପାଣିଗ୍ରାହୀଙ୍କ ପୁଅ ଦିନେଶ ପାଣିଗ୍ରାହୀ (୧୮) ବିଲକୁ ଧାନ ଆଣିବାକୁ ଏକ ଟ୍ରାକ୍ଟରରେ ବସି ଯାଉଥିଲେ। ଟ୍ରାକ୍ଟରଟି ରାସ୍ତାରୁ ବିଲକୁ ଓହ୍ଲାଇବା ବେଳେ ଓଲଟି ପଡିଥିଲା। ଡ୍ରାଇଭର ଜଣଙ୍କ ଉପସ୍ଥିତ ବୁଦ୍ଧି ଲଗାଇ ଗାଡିରୁ ଡେଇଁ ପଡିଥିଲା। 

ଦୁଇସାଙ୍ଗ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। 

ଖବର ପାଇ ଗୋପାଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁଇ ସାଙ୍ଗଙ୍କର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Baleswar | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe