ଇବ୍‌ରେ ଭାସିଯାଇ ୨ ସାଙ୍ଗ ନିଖୋଜ

Advertisment

ତଳସରା ଥାନା ବାଲିଶଙ୍କରା ଘୋଘର ନିକଟ ଇବ୍‌ନଦୀର ଆକର୍ଷଣୀୟ ପଥରଶଯ୍ୟା କନାକୁଣ୍ଡରେ ପୁଣି ଅଘଟଣ ଘଟିଛି। ବୁଧବାର ଅପରାହ୍‌ଣରେ ପ୍ରଖର ଜଳସ୍ରୋତରେ ଭାସିଯାଇ ୨ ଜଣ ଯୁବକ ନିଖୋଜ ହୋଇ ଯାଇଛନ୍ତି।

ତଳସରା ଥାନା ବାଲିଶଙ୍କରା ଘୋଘର ନିକଟ ଇବ୍‌ନଦୀର ଆକର୍ଷଣୀୟ ପଥରଶଯ୍ୟା କନାକୁଣ୍ଡରେ ପୁଣି ଅଘଟଣ ଘଟିଛି। ବୁଧବାର ଅପରାହ୍‌ଣରେ ପ୍ରଖର ଜଳସ୍ରୋତରେ ଭାସିଯାଇ ୨ ଜଣ ଯୁବକ ନିଖୋଜ ହୋଇ ଯାଇଛନ୍ତି।

fshfsshfxbbv

ସୁନ୍ଦରଗଡ଼/ବାଲିଶଙ୍କରା: ତଳସରା ଥାନା ବାଲିଶଙ୍କରା ଘୋଘର ନିକଟ ଇବ୍‌ନଦୀର ଆକର୍ଷଣୀୟ ପଥରଶଯ୍ୟା କନାକୁଣ୍ଡରେ ପୁଣି ଅଘଟଣ ଘଟିଛି। ବୁଧବାର ଅପରାହ୍‌ଣରେ ପ୍ରଖର ଜଳସ୍ରୋତରେ ଭାସିଯାଇ ୨ ଜଣ ଯୁବକ ନିଖୋଜ ହୋଇ ଯାଇଛନ୍ତି। ସେମାନେ ହେଲେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ବାମରା ମୁଣ୍ଡାପଡ଼ାର ଜୟନାରାୟଣ ପାତ୍ର (୨୨) ଓ ରୋଶନ୍‌ ପାଶୱାନ (୨୩)। ଅନ୍ୟ ଜଣେ ଯୁବକ ଆକାଶ ସାହୁ (୪୦) ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଉଭୟଙ୍କର ପତ୍ତା ମିଳିନାହିଁ। ନଦୀରେ ପ୍ରଖର ସୁଅ ଥିବାରୁ ଖୋଜାଖୋଜିରେ ବାଧା ଉପୁଜିଛି। 

ସୂଚନା ଅନୁସାରେ, ବାମରାର ତିନି ସାଙ୍ଗ ଆଜି ସକାଳେ ଏକ ବୁଲେଟ୍‌ରେ ସୁନ୍ଦରଗଡ଼ ବଜାର ଆସି ସେଠାରୁ କନାକୁଣ୍ଡ ଯାଇଥିଲେ। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ୩ ସାଙ୍ଗ ପଥରଶଯ୍ୟାରେ ବୋହି ଯାଉଥିବା ଜଳଧାରାରେ ଗାଧୋଇବା ସମୟରେ ଜୟନାରାୟଣ ଓ ରୋଶନ୍‌ ଭାସି ଯାଇଥିଲେ। ଆକାଶ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ପ୍ରଖର ସୁଅ ଯୋଗୁ ସମ୍ଭବ ହୋଇନଥିଲା। ଏକ ପଥରକୁ ଜାବୁଡ଼ି ଧରି ଆକାଶ କୌଣସିମତେ କୂଳକୁ ଚାଲିଆସି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ବାଲିଶଙ୍କରା ତହସିଲଦାର କୁନ୍ତୀରାଣୀ ନାଏକଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକେ, ଅଗ୍ନିଶମ ବାହିନୀ ଓ ତଳସରା ପୁଲିସ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରଖିଥିଲେ। ସୂଚନାଯୋଗ୍ୟ, କନାକୁଣ୍ଡର ଆକର୍ଷଣରେ ଆସି ଗତ ୫ ବର୍ଷରେ ୬ ଜଣ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe