public.app
ଉଲୁଣ୍ଡା: ଉଲୁଣ୍ଡା ବ୍ଲକ୍ ଗଇଲମରା ଗ୍ରାମର ସୁବଳ ପାତ୍ର ଓ ସୁବନ ସାହୁ ବାଇକ୍ ଚୋରି ଅଭିଯୋଗରେ ଜେଲ୍ ଯାଇଥିବା ଜଣାପଡ଼ିଛି। ଖବର ଅନୁସାରେ ଏହି ଦୁଇ ବନ୍ଧୁ ଗାଡି ଚୋରି କରି ତାକୁ ବ୍ୟବହାର କରୁଥିଲେ। ଲୋକମାନେ ତାଙ୍କୁ ଧରି ପ୍ରବଳ ମାଡ଼ ଦେବା ସହ ପୁଲିସ ଜିମା ଦେଇଥିଲେ।
ଉଲୁଣ୍ଡା ପୁଲିସ ଉଭୟକୁ ଥାନାରେ ଅଟକ ରଖି ତଦନ୍ତ କରିବା ପରେ ଗାଡି ଚୋରିରେ ସମ୍ପୃକ୍ତ ଥିବା ଜାଣି ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାନୁସାରେ ଗତ ସେପ୍ଟେମ୍ବର ୬ ତାରିଖରେ ଗଣ୍ଡାବାହାଲ ଗ୍ରାମରେ ହେଉଥିବା ନୂଆଁଖାଇ ଭେଟ୍ କର୍ଯ୍ୟକ୍ରମରୁ ସେମାନେ ଏକ ବାଇକ୍ ଚୋରି କରି ଆଣିଥିଲେ। ତା’ର ନମ୍ବର ପ୍ଲେଟ୍ ବଦଳାଇ ଉଭୟେ ଗାଡ଼ିଟିକୁ ବ୍ୟବାହର କରୁଥିବା ଏସ୍ଆଇ ବି. ପ୍ରଧାନ ସୂଚନା ଦେଇଛନ୍ତି।
Follow Us