ହୀରାକୁଦର ଦୁଇ ଗେଟ୍ ଖୋଲା, ୪ ଦିନରେ ଜଳସ୍ତର ୨ ଫୁଟ୍‌ ଖସିଲା

Advertisment
ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରରେ ଅଧିକ ପାଣି

ସମ୍ବଲପୁର : ରବିବାରଠାରୁ ଖୋଲିଥିବା ହୀରାକୁଦ ବନ୍ଧର ୨ଟି ଗେଟ୍ ଗୁରୁବାର ବି ଖୋଲା ରହିଛି। ଜଳ ପ୍ରବେଶ ତୁଳନାରେ ଜଳ ନିଷ୍କାସନ ଅଧିକ ହେବା କାରଣରୁ ଏହି ୪ ଦିନରେ ଜଳଭଣ୍ଡାରର ଜଳପତ୍ତନ ୨ ଫୁଟ୍‌ରୁ ଅଧିକ ତଳକୁ ଖସିଛି। ଗୁରୁବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୭.୪୭ ଫୁଟ୍‌ ଥିଲା। ସେତିକିବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୭,୮୯୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୫୨,୧୨୫ କ୍ୟୁସେକ୍ ନିଷ୍କାସିତ ହେଉଥିଲା।

ସେଥିରୁ ବାମ ସ୍ପିଲ୍‌ୱେ'ର ୨ଟି ସ୍ଲୁଇସ୍ ଗେଟ୍ ଦେଇ ୨୯,୩୨୬ କ୍ୟୁସେକ୍‌, ପାୱାର୍‌ ଚାନେଲ୍‌ରେ ୨୦,୧୪୪ କ୍ୟୁସେକ୍‌, ବରଗଡ଼ ମୁଖ୍ୟ କେନାଲ୍‌ରେ ୩୭୭୮ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲ୍‌ରେ ୬୩୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୯୭ କ୍ୟୁସେକ୍‌, ଶିଳ୍ପସଂସ୍ଥା ପାଇଁ ୨୭୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ହୀରାକୁଦ ତଳ ମୁଣ୍ଡ ପଥର୍ଲାଠାରେ ୧୭,୭୧୦ କ୍ୟୁସେକ୍, ଖଇରମାଳଠାରେ ୫୮,୬୦୦ କ୍ୟୁସେକ୍‌, ବରମୂଳଠାରେ ୬୮,୮୦୦ କ୍ୟୁସେକ୍‌, ମୁଣ୍ଡଳିଠାରେ ୬୦,୪୦୦ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ସେହିପରି ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୨.୧୭ ମିଲିମିଟର୍‌ ଓ ତଳ ମୁଣ୍ଡରେ ୦.୮୭ ମିଲିମିଟର୍‌ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe