୨ ନାବାଳିକା ଅସଦାଚରଣକାରୀଙ୍କୁ ସଶ୍ରମ କାରାଦଣ୍ଡାଦେଶ

ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ସୋନପୁର: ନାବାଳିକା ଅସଦାଚରଣ ମାମଲାର ବିଚାର କରି ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ସୁବର୍ଣ୍ଣପୁର ଏଡିଜେ ତଥା ସ୍ବତନ୍ତ୍ର ଜଜ୍ ପୂର୍ଣ୍ଣିମା ଜେନା ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସୁବଳୟା ଥାନା ଅଞ୍ଚଳର ଜଣେ ୧୭ ବର୍ଷି ବୟସ୍କା ନାବାଳିକାଙ୍କୁ ୨୩ ମେ’ ୨୦୧୫ରେ ଯୁଧିଷ୍ଠିରପୁର ଗ୍ରାମର ପୂର୍ଣ୍ଣ ଧଳ ଏବଂ ବୀରମହାରାଜପୁର ଥାନା ପଥରଘାଟ ଗ୍ରାମର ଲକ୍ଷ୍ମୀ ଧଳ ଅସଦାଚରଣ କରିଥିବା ନେଇ ସୁବଳୟା ଥାନାରେ ପୀଡ଼ିତା ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ସୁବଳୟା ଥାନାରେ ଏକ ମାମଲା ରୁଜୁ ହେବାସହ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିଲା। ମାମଲାଟି ସୁବର୍ଣ୍ଣପୁର ଏଡିଜେ ତଥା ସ୍ବତନ୍ତ୍ର ଜଜଙ୍କ କୋର୍ଟରେ ବିଚାରାଧୀନ ଥିଲା। ଏଥିରେ ୧୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏଡିଜେ ତଥା ସ୍ବତନ୍ତ୍ର ଜଜ୍ ପୂର୍ଣ୍ଣିମା ଜେନା ପୂର୍ଣ୍ଣ ଏବଂ ଲକ୍ଷ୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କୁ ଧାରା-୩୪୧ରେ ୧ ମାସ ଲେଖାଏଁ କାରାଦଣ୍ଡ, ଧାରା-୩୨୩ରେ ୬ ମାସ ଲେଖାଏଁ ଏବଂ ଜରିମାନା ୫ ଶହ ଟଙ୍କା ଲେଖାଏଁ ଜରିମାନା ତଥା ଜରିମାନା ଅନାଦେୟ ଅଧିକ ୧୫ ଦିନ ଲେଖାଏଁ କାରାଦଣ୍ଡ, ଧାରା-୩୫୪ରେ ୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଲେଖାଏଁ ଜରିମାନା ତଥା ଜରିମାନା ଅନାଦେୟ ଅଧିକ ୨ ମାସ ଲେଖାଏଁ ସଶ୍ରମ କାରାଦଣ୍ଡ, ପୋକ୍ସୋ ଧାରା-୮ରେ ୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଲେଖାଏଁ ଜରିମାନା ତଥା ଜରିମାନା ଅନାଦେୟ ଅଧିକ ୨ ମାସ ଲେଖାଏଁ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ପ୍ରକାଶ କରିଛନ୍ତି। ସମସ୍ତ ଦଣ୍ଡ ଏକକାଳୀନ ଭୋଗିବାକୁ ରାୟରେ ଦର୍ଶାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଦଶରଥ ମାହାଣା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe