ନିଶାଦେଇ ନାବାଳିକାକୁ ଦୁଷ୍କର୍ମ ଘଟଣା: ୨ ସାଙ୍ଗକୁ ୨୦ ବର୍ଷ କାରାଦଣ୍ଡ

Advertisment
ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ବ୍ରହ୍ମପୁର: ଜଣେ ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିବା ମାମଲାର ଶୁଣାଣି କରି ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ ପକ୍‌ସୋ କୋର୍ଟ ଜଜ୍‌ ଗଣେଶ୍ବର ପତି ଉପଯୁକ୍ତ ପ୍ରମାଣ ଆଧାରରେ ଦୁଇ ଅଭିଯୁକ୍ତ ଦୁଇ ସାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ସୁନାପୁର ମେରାଇନ୍‌ ଥାନା ଅନ୍ତର୍ଗତ ସୁନାପୁର ଗ୍ରାମର ଦନାର୍ଦ୍ଦନ ବେହେରା ଓରଫ୍‌ ଦୋନା ଓ ତା’ର ସାଙ୍ଗ ଗୋଳନ୍ଥରା ଥାନା ଅନ୍ତର୍ଗତ ଆରୁଆସୁନାପୁର ଗ୍ରାମର ମିଥୁନ ଦାସ। ଘଟଣା ବେଳେ ଉଭୟେ କଲେଜରେ ପାଠ ପଢ଼ୁଥିଲେ। ଉଭୟଙ୍କୁ କୋର୍ଟ ୨୦ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି।

ସୂଚନା ଅନୁସାରେ ଗତ ୨୦୨୦ ଜାନୁଆରି ୧୦ତାରିଖରେ ସୁନାପୁର ଗାଁ ନିକଟସ୍ଥ ଏକ ପୋଖରୀକୁ ନାବାଳିକା ଜଣକ ଶୌଚ ପାଇଁ ଯାଇଥିଲେ। ଏ ସମୟରେ ଦନାର୍ଦ୍ଦନ ଓ ମିଥୁନ୍‌ ନାବାଳିକାଙ୍କୁ ଟେକି ନେଇ କିଛି ନିଶା ଖୁଆଇ ଦେଇଥିଲେ। ଏହାପରେ ତାଙ୍କ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ଘଟଣା ପରେ ପୀଡ଼ିତା ନାବାଳିକା ପରିବରବର୍ଗଙ୍କୁ ଜଣାଇଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ସୁନାପୁର ମେରାଇନ୍‌ ଥାନା ପୁଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ଶୁଣାଣି ବେଳେ ମୋଟ ୧୫ଜଣ ସାକ୍ଷୀଙ୍କ ବୟାନ କେରର୍ଡ଼ କରାଯାଇଥିଲା। ଆବଶ୍ୟକ ପ୍ରମାଣ ଥିବାରୁ କୋର୍ଟ ଉଭୟଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ମୋହନ ସିଙ୍ଗାରୀ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe