ନାଳରେ ପଡ଼ି ଦୁଇ ବାଳିକା ମୃତ, ଟିଟିଲାଗଡ଼ରେ ଶୋକାକୁଳ ପରିବେଶ

Advertisment
ନାଳରେ ପଡ଼ି ଦୁଇ ବାଳିକା ମୃତ, ଟିଟିଲାଗଡ଼ରେ ଶୋକାକୁଳ ପରିବେଶ

କଂଟାବାଞ୍ଜି/ ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ଏକ ପରିତ୍ୟକ୍ତ ନାଳରେ ପଡ଼ି ଗୁରୁବାର ଦୁଇଜଣ ବାଳିକାଙ୍କ ମୃତ୍ୟୁ ଘଟିଛି। ସେଦୁହେଁ ହେଲେ ଟିଟିଲାଗଡ଼ ହାଟପଦା ପଡ଼ାର ବରିଷ୍ଠ ଓକିଲ ସଞ୍ଜୀବ ପାଢ଼ୀଙ୍କ ଝିଅ ସମୃଦ୍ଧି ପାଢ଼ୀ (୬ ବର୍ଷ) ଓ ହାଟପଦାର ଦୋକାନୀ ସରୋଜ ରଥଙ୍କ ଝିଅ ରାକ୍ଷୀ ରଥ (୭ ବର୍ଷ)। ଏହି ଖବର ପ୍ରଚାରିତ ହେବା ପରେ ସାରା ସହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ପ୍ରକାଶ ଯେ, ସମୃଦ୍ଧି ଓ ରାକ୍ଷୀ ତାଙ୍କ ଆଉ ଜଣେ ସାଙ୍ଗ ସହିତ ଯମୁନା ଯୋର (ନାଳ) ନିକଟ‌ରେ ଖେଳୁଥିଲେ। ଖେଳୁ ଖେଳୁ ହଠାତ୍‌ ସମୃଦ୍ଧି ଓ ରାକ୍ଷୀ ନାଳର ପାଣିରେ ପଡ଼ି ଯାଇଥିଲେ। ସେମାନଙ୍କ ସହିତ ଥିବା ଅନ୍ୟ ଝିଅଟି  ଏ ସଂପର୍କରେ ସ୍ଥାନୀୟ ଲୋକଙ୍କୁ କହିଥିଲା। ଲୋକେ ସଂଗେ ସଂଗେ ଟିଟିଲାଗଡ଼ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ପ୍ରଥମେ ସମୃଦ୍ଧିକୁ ଉଦ୍ଧାର କରି ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ। ପରେ ଖୋଜା ଖୋଜି କରି ରାକ୍ଷୀକୁ ଉଦ୍ଧାର କରି ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।  ଖବର ପାଇ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ସ୍ଥାନୀୟ ବ୍ୟକ୍ତି  ଡାକ୍ତରଖାନା ଆସି ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe