ଦୁଇ ନାବାଳିକାଙ୍କ ସଲିଳ ସମାଧି

Advertisment
ଦୁଇ ନାବାଳିକାଙ୍କ ସଲିଳ ସମାଧି

Mangalorean.com

ବାଲେଶ୍ବର/ବାହାନଗା : ‌ପୋଖରୀକୁ ଗାଧୋଇବାକୁ ଯିବା ଦୁଇ ନାବାଳିକାଙ୍କ ପାଇଁ କାଳ ହୋଇଛି। ଗାଧୋଉଥିବା ବେଳେ ଗୋଡ଼ ଖସିଯାଇ ଦୁଇ ନାବାଳିକାଙ୍କ ଦୁଃଖଦ ମୃତ୍ୟୁ ହୋଇଯାଇଛି। ଏପରି ମର୍ମନ୍ତୁଦ ଓ ହୃଦୟ ବିଦାରକ ଘଟଣା ସଦର ଥାନା ଅଧୀନ ରସାଳପୁର ଗ୍ରାମରେ ଘଟିଯାଇଛି। ମୃତକ ଦୁଇ ନାବାଳିକା ହେଉଛନ୍ତି ସେହି ଗ୍ରାମର ଅନନ୍ତ ଦାସଙ୍କ ଝିଅ ଉର୍ମିଳା(୧୩) ଓ ଭଜି ଦାସଙ୍କ ଝିଅ ପୂର୍ଣ୍ଣିମା(୧୨)। ଉଭୟେ ସ୍ଥାନୀୟ ଅଚ୍ୟୁତାନନ୍ଦ ନୋଡାଲ ସ୍କୁଲର ୭ମ ଶ୍ରେଣୀର ଛାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାରେ ସମଗ୍ର ରସାଳପୁର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ଆଜି ସକାଳେ ନିଜ ଜେଜେମା’ ସତ୍ୟଭାମାଙ୍କ ସହ ଉର୍ମିଳା ଓ ତାଙ୍କ ସାଙ୍ଗ ପୂର୍ଣ୍ଣିମା ନିକଟରେ ଖୋଳାଯାଇଥିବା ଷ୍ଟ୍ରକ୍‌ଚର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ଉର୍ମିଳା ଓ ପୂର୍ଣ୍ଣିମାଙ୍କ ଗୋଡ଼ ଖସିଯିବାରୁ ସେମାନେ ଗଭୀର ପାଣିକୁ ଚାଲିଯାଇଥିଲେ। ଉଭୟ ସେମାନେ ବୁଡ଼ି ଯାଇଥିବା ବେଳେ ଜେଜେମା’ ସତ୍ୟଭାମା କାହାରିକୁ ଦେଖିବାକୁ ନପାଇ ଡାକ ପକାଇଥିଲେ। ଡାକାଶୁଣି ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ ମଧ୍ୟ ନାବାଳିକା ଦୁଇଜଣଙ୍କୁ ଦେଖିବାକୁ ପାଇ ନଥିଲେ। ପରେ ଗ୍ରାମବାସୀ ପୋଖରୀରେ ଜାଲ ପକାଇ ଉଭୟଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ସଂଜ୍ଞାହୀନ ଓ ସଂକଟାପନ୍ନ ଅବସ୍ଥାରେ ବାଲେଶ୍ବର ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଜୟଦେବକସବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ଗୋସ୍ବାମୀ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ନେଇ ଟାଉନ ଥାନାରେ ୨୮/୧୯ ଓ ୨୯/୧୯ ଦୁଇଟି ପୃଥକ୍‌ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe