ଲକ୍ଷ୍ମୀପୁର : ପ୍ଲାଜମା ଦାନ କଲେ ଦୁଇ ସରକାରୀ କର୍ମଚାରୀ

ଲକ୍ଷ୍ମୀପୁର : ପ୍ଲାଜମା ଦାନ କଲେ ଦୁଇ ସରକାରୀ କର୍ମଚାରୀ

ଲକ୍ଷ୍ମୀପୁର : କୋରାପୁଟ ଏସଏଲଏନ କଲେଜରେ ଲକ୍ଷ୍ମୀପୁର ବ୍ଲକର ଦୁଇଜଣ ସରକାରୀ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ଗତ ଦୁଇମାସ ତଳେ ଉଭୟ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥହେବା ପରେ ସେମାନେ କାର୍ଯ୍ୟରେ ଯୋଗଦେଇଥିଲେ ଓ ୪୫ ଦିନ ପରେ ପ୍ଲାଜମା ପ୍ରଦାନ କରିଥିଲେ। ପ୍ଲାଜମା ପ୍ରଦାନ କରିଥିବା ଦୁଇ ସରକାରୀ କର୍ମଚାରୀ ହେଲେ କୁଟିଙ୍ଗ ଗ୍ରାମପଂଚାୟତର ଗ୍ରାମ ରୋଜଗାର ସେବକ ସେଖର ନାଲା ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ପ୍ରଦିପ୍ତ କୁମାର ସିଂ।

ଏମାନଙ୍କୁ ବିଏସଏସଓ କାର୍ତିକ ପାଢି ତାଙ୍କ ନିଜ ଗାଡିରେ କୋରାପୁଟ ନେଇ ପ୍ଲାଜମା ପ୍ରଦାନ କରିବା ସକାଶେ ଉସ୍ଚାହିତ କରିଥିଲେ। ଆଜି ତାଙ୍କ ସହ ଭିତରଗଡ ପିଇଓ ମଧ୍ୟ ପ୍ଲଜମା ଦେବା ସକାଶେ ପହଚିଂଥିଲେ କିନ୍ତୁ ଭ୍ୟାନରେ ଅସୁବିଧା କାରଣରୁ ସେ ପ୍ଲାଜମା ପ୍ରଦାନ କରିପାରି ନଥିଲେ। ଆଗରୁ ମଧ୍ୟ କିଛି ଯୁବକଙ୍କୁ ନେଇ ବିଏସଏସଓ କୋରାପୁଟରେ ପ୍ଲାଜମା ଦେବା ସକାଶେ ନେଇଥିଲେ ମଧ୍ୟ କାହାର ବି ମେଳ ହୋଇନଥିଲା। ବର୍ତମାନ ବ୍ଲକ ଏହି ଦୁଇଜଣ ପ୍ରଥମ ଥର ସକାଶେ ପ୍ଲାଜମା ପ୍ରଦାନ କରିଥିବା ଜଣାପଡିଛି। ପ୍ଲାଜମା ଦାନ କରିଥିବା ଉଭୟ କର୍ମଚାରୀ କହିଛନ୍ତି କି ସେମାନେ କରୋନାରେ ଆକ୍ରାନ୍ତ ହେବା ପରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତେଣୁ ସେମାନଙ୍କ ପ୍ଲାଜମାରେ ଅନ୍ୟ କାହାର ଜୀବନ ଯଦି ବଂଚି ଯାଉଛି ତାହେଲେ ତା ଠାରୁ ଅଧକ ଆଉ କଣ ହୋଇପାରେ। ତେଣୁ କରୋନାରେ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ପ୍ରଦାନ କରନ୍ତୁ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe