ମାଛମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ, ୬ ଗିରଫ

Advertisment
ମାଛମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ, ୬ ଗିରଫ

Times of India

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା‌ ଚାରମାଳ ଥାନା ଅଞ୍ଚଳରେ ମାଛମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ସହିତ ମାରପିଟ ହୋଇଥିବା ଚାରମାଳ ଥାନାରେ ଅଭିଯୋଗ ହୋଇଛି। ପୁଲିସ ପୃଥକ ପୃଥକ ମାମଲାରେ ୬ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡିଛି। ଅଭିଯୁକ୍ତମାନେ ହେଲେ ଚାରମାଳ ଥାନା ଅର୍ନ୍ତଗତ ଗରଗଡବାହାଳ ଗ୍ରାମର ସନ୍ତୋଷ ମିର୍ଦ୍ଧା(୪୨), ମଣିନ୍ଦ୍ର ମିର୍ଦ୍ଧା (୩୫)  ଓ ଅନ୍ୟ ଗୋଷ୍ଠୀର ସାନନ୍ଦ ସେଠୀ (୫୦), ଯୁଧିଷ୍ଠିର ପ୍ରଧାନ (୩୩), ପଦ୍ମନାଭ ପ୍ରଧାନ (୩୮) ଓ ରଂଜିତ ଦେହୁରୀ (୩୦)।

ପୁଲିସ ସୂଚନା ଅନୁଯାୟୀ ଗରଗଡ଼ବାହାଳ ଗ୍ରାମରେ ଥିବା ବନ୍ଧକୁ ଝାନ୍‌ସୀ ମହିଳା ସଂଘ ମାଛଚାଷ ପାଇଁ ଠିକାରେ ନେଇଥିଲା। ହେଲେ ଏହି ବନ୍ଧରୁ ମାଛମରାକୁ ନେଇ ଆଜକୁ ଦୁଇ ବର୍ଷ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ଲଗି ରହିଛି। ଫଳରେ ଦୁଇ ବର୍ଷ ହେଲା ମାଛ ମରା ହୋଇପାରୁ ନାହିଁ। ଶୁକ୍ରବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ଉଗ୍ରରୂପ ନେବା ସହିତ ମାର୍‌ପିଟ୍‌ ହୋଇଥିଲା। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ଚାରମାଳ ପୁଲିସ ଦୁଇଟି ପୃଥକ ପୃଥକ ମାମଲାରେ ରୁଜୁ କରି ଘଟଣାରେ ସଂପୃକ୍ତ ଗୋଟିଏ ଗୋଷ୍ଠୀର ୨ ଜଣ ଓ ଅନ୍ୟ ଗୋଷ୍ଠୀର ୪ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବସନ୍ତ ଦଳାଇ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe