ଭିଡିଓରେ ଦେଖନ୍ତୁ ହାତୀ ଉପଦ୍ରବ: କୁଢ଼େରନିଶାରେ ହାତୀ ଭାଙ୍ଗିଲା ୨ ଘର, ଅଳ୍ପକେ ବର୍ତ୍ତିଲେ ଘରଲୋକ

Advertisment
ଭିଡିଓରେ ଦେଖନ୍ତୁ ହାତୀ ଉପଦ୍ରବ: କୁଢ଼େରନିଶାରେ ହାତୀ ଭାଙ୍ଗିଲା ୨ ଘର, ଅଳ୍ପକେ ବର୍ତ୍ତିଲେ ଘରଲୋକ

ସମ୍ବଲପୁର: ଜିଲ୍ଲାର ବତେମୁରା ପଞ୍ଚାୟତ କୁଢ଼େରନିଶା ଗାଁରେ ହାତୀ ୨ଟି ଘର ଭାଙ୍ଗି ଦେଇଛି। ସୁରଥ ନାଏକ ଏବଂ ନାରାୟଣ ଛତରଙ୍କ ଘର ଭାଙ୍ଗି ଚାଉଳ ନେଇ ଯାଇଛି। ସଂଧ୍ୟା ୭.୩୦ରେ ଅଚାନକ ହାତୀ ଘରକୁ ପଶି ଆସିବାରୁ ପରିବାର ସଦସ୍ୟ ଭୟଭୀତ ହୋଇ ଯାଇଥିଲେ। ହେଲେ ସମସ୍ତେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଏହି ଗାଁରେ ଏକ ବିଶାଳ ହାତୀ ପଲ କିଛି ଦିନ ହେଲା ବିଚରଣ କରିବା ସହ ଲୋକଙ୍କ ଘର ଭାଙ୍ଗୁଛନ୍ତି, ଫସଲ ନଷ୍ଟ କରୁଛନ୍ତି।

ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଧାନ ଫସଲ ଅମଳ ସମୟ ହୋଇଥିବାରୁ ହାତୀପଲ ଜଙ୍ଗଲ ଭିତରୁ ବାହାରି ଆସି ଖେତରେ ପହଂଚିଯାଉଛନ୍ତି। ଜଙ୍ଗଲ ନିକଟରେ ଥିବା ଖେତରେ ହାତୀମାନେ ରାତିରେ ଉତ୍ପାତ କରୁଛନ୍ତି। ଏପରିକି ଦିନରେ ହାତୀମାନେ ମାନୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe