ବନ୍ୟା କାଳରେ ଲୋକଙ୍କୁ ଉଦ୍ଧାର ପାଇଁ ଯାଇଥିଲେ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀ, ବୈତରଣୀ କୂଳରୁ ପାଇଲେ ୨ ନର କଙ୍କାଳ

Advertisment
ବନ୍ୟା କାଳରେ ଲୋକଙ୍କୁ ଉଦ୍ଧାର ପାଇଁ ଯାଇଥିଲେ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀ, ବୈତରଣୀ କୂଳରୁ ପାଇଲେ ୨ ନର କଙ୍କାଳ

ଯାଜପୁର: ବନ୍ୟା ସଂକଟ ସମୟରେ ଲୋକଙ୍କୁ ଉଦ୍ଧାର ପାଇଁ ଯାଇଥିବା ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀଙ୍କୁ ୨ଟି ନର କଙ୍କାଳ ମିଳିଛି । ଯାଜପୁର ଜିଲ୍ଲାର କେରେଇ ଥାନା ଅନ୍ତର୍ଗତ ଧନତ୍ରୀ ଘାଟରୁ ଏହି ୨ଟି ନର କଙ୍କାଳ ଉଦ୍ଧାର ହୋଇଥିବା ଜଣାଯାଇଛି। ବନ୍ୟା ସମୟରେ ବୈତରଣୀ ନଦୀ କୂଳ ଦେଇ ଯାଉଥିବା ବେଳେ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀମାନେ ଧନତ୍ରୀ ଘାଟରୁ ୨ଟି ମଣିଷ କଂକାଳକୁ ଉଦ୍ଧାର କରିଛନ୍ତି।

publive-image

ତେବେ ଉଦ୍ଧାର ହୋଇଥିବା ନର କଙ୍କାଳ ୨ଟି ପୁରୁଷ କି ମହିଳାଙ୍କର ତାହା ସ୍ପଷ୍ଟ ହୋଇନାହିଁ। ପରୀକ୍ଷାଗାରରେ ପରୀକ୍ଷା ହେବା ପରେ ଏହା ସ୍ପଷ୍ଟ ହୋଇପାରିବ। ପୁଲିସର ପ୍ରାଥମିକ ତଦନ୍ତ ଆସିବା ପୂର୍ବର ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। କୌଣସି ଏକ ସ୍ଥାନରେ ୨ ଜଣଙ୍କୁ ହତ୍ୟା କରି ମାଟି ଭିତରେ ପୋତି ଦିଆଯାଇଥାଇପାରେ। ଲଗାଣ ବର୍ଷା ପରେ ମାଟି ଧୋଇଯିବାରୁ ନର କଙ୍କାଳ ନଦୀ ଜଳରେ ଭାସିଯାଇ ଧନତ୍ରୀ ଘାଟରେ ଅଟକି ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe