ନିରାକାରପୁର: ମାଲବାହୀ ଟ୍ରେନ୍‌ ଧକ୍କାରେ ୩୮ ବର୍ଷିଅ ଯୁବକ ଗୁରୁତର, ସାପକାମୁଡ଼ାରେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ

Advertisment
ନିରାକାରପୁର: ମାଲବାହୀ ଟ୍ରେନ୍‌ ଧକ୍କାରେ ୩୮ ବର୍ଷିଅ ଯୁବକ ଗୁରୁତର, ସାପକାମୁଡ଼ାରେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନାର ନୂଆଗଡ଼ ପଞ୍ଚାୟତ ଅଧୀନସ୍ଥ ବ୍ରହ୍ମପଡ଼ାପାଟଣାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ମାଲବାହୀ ଟ୍ରେନ୍‌ ଧକ୍କାରେ ଅଜୟ ପ୍ରଧାନ(୩୮) ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଟ୍ରେନ୍‌ ଧକ୍କାରେ ଅଜୟଙ୍କ ବାମ ହାତ ସଂପୂର୍ଣ୍ଣ କଟି ଯାଇଥିବା ବେଳେ ଡାହାଣ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ହସ୍ପିଟାଲ୍‌କୁ ନିଆଯାଇଥିଲା। ପରେ ଅଜୟଙ୍କୁ କଟକ ଏସ୍‌ସିବି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ପାରିବାରିକ କଳହ ହେତୁ ଅଜୟ ଜୀବନ ହାରିବାକୁ ରେଳ ଧାରଣାକୁ ଯାଇଥିଲେ ବୋଲି ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ଜିଲ୍ଲାର ଜଙ୍କିଆ ଥାନାର ତାଙ୍କୋଳ ପଞ୍ଚାୟତ ଅଧୀନସ୍ଥ ଗୋବରମୁଣ୍ଡ ଗ୍ରାମର ଜନୈକା ଗର୍ଭବତୀ ମହିଳାଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମହିଳା ଜଣକ ନିଜ ବାରିକୁ ଫୁଲ ତୋଳିବାକୁ ଯିବା ବେଳେ ବାରିରେ ଥିବା ଏକ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଖେ‌ାର୍ଦ୍ଧା ହସ୍ପିଟାଲ୍‌କୁ ନିଆଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମହିଳାଙ୍କ ପେଟରୁ ୮ ମାସର ମୃତ ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଶରୀର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ତାଙ୍କ ମୃତଦେହକୁ ହସ୍ତାନ୍ତର କରାଯାଇଛି। ମହିଳାଙ୍କର ପୂର୍ବରୁ ୩ ଝିଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe