ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୩ ଆହତଙ୍କ ମଧ୍ୟରୁ ୨ ଗୁରୁତର

Advertisment
ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୩ ଆହତଙ୍କ ମଧ୍ୟରୁ ୨ ଗୁରୁତର

ବୈପାରିଗୁଡ଼ା: ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି। ଘଟଣା ଅନୁଯାୟୀ, କୋରାପୁଟ ଜିଲ୍ଲା ଜୟପୁର ଥାନା ଅଞ୍ଚଳର ଜଗନ ହରିଜନ (୨୫) ବାଇକ୍ ଯୋଗେ ଜୟପୁର ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ହଳଦୀମାଝିଗୁଡା ଗ୍ରାମର ପ୍ରହଲ୍ଲାଦ ଟାକ୍ରି ଏବଂ ଭୀଷ୍ମ ଦୋରାପୁଟିଆ ବାଇକ୍ ଯୋଗେ ବୈପାରିଗୁଡାକୁ ଆସୁଥିବା ସମୟରେ ୩୨୬ ନମ୍ବର ଜାତୀୟ ରାଜପଥର ବୀରଖମ୍ବ ସାହି ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ୩ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଜଗନଙ୍କର ଡାହାଣ ଗୋଡ଼ର ଜଂଘ ହାଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିବା ବେଳେ ଭୀଷ୍ମଙ୍କର ମଧ୍ୟ ମଧ୍ୟ ଡାହାଣ ଗୋଡ଼ ଏବଂ ଡ଼ାହାଣ ହାତ ଭାଙ୍ଗି ଯାଇଛି।

publive-image

ଆହତ ୩ ଜଣକୁ ବୈପାରିଗୁଡା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଜଗନ ଏବଂ ଭୀଷ୍ମଙ୍କର ଅବସ୍ଥା ଗୁରୁତର ଥିବାରୁ ଦୁହିଁଙ୍କୁ କୋରାପୁଟ ବଡ଼ ମେଡ଼ିକାଲକୁ ପଠେଇ ଦିଆଯାଇଥିବା ଜଣାପଡିଛି। ଖବର ପାଇ ବୈପାରିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଦୁଇଟିକୁ ଜବତ କରିବା ସହ ତଦନ୍ତ କରୁଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe