୩ ଏକର ମକା ଫସଲ ନଷ୍ଟ କଲେ ଗାଈ, ସଙ୍ଘବଦ୍ଧ ଆକ୍ରମଣରେ ୨ ଗୁରୁତର

Advertisment
୩ ଏକର ମକା ଫସଲ ନଷ୍ଟ କଲେ ଗାଈ, ସଙ୍ଘବଦ୍ଧ ଆକ୍ରମଣରେ ୨ ଗୁରୁତର

ଉମରକୋଟ: ମକା ଫସଲ ଗାଈ ଖାଇ ଯିବାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତହୋରା ଗ୍ରାମ ପଞ୍ଚାୟତ ଅଧୀନ ପଦ୍ମଝୋରି ଗ୍ରାମରେ ଏଭଳି ଅଘଟଣ ଦେଖିବାକୁ ମିଳିଛି।

ଏହି ଗ୍ରାମର ଶିବ। ସ।ନ୍ତ। ୩୦ ବର୍ଷ ହେଲାଣି ୩ ଏକର ଜଙ୍ଗଲ ଜମିକୁ ଅଧିନରେ ରଖି ମକା ଚାଷ କରି ଆସୁଛନ୍ତି। ହଠାତ ୨୭ ତାରିଖ ଦିନ ତେଲନଦୀ ଗ୍ରାମ ପଞ୍ଚାୟତର ନ।ଙ୍ଗଳସିଲି ଗ୍ରାମର ଲବ ସ।ନ୍ତ।, ସାଧୁ ସ।ନ୍ତ।, ଲଚ ସ।ନ୍ତ।, ସାଣ୍ଡ। ସ।ନ୍ତ। ଓ ସେହି ଗ୍ରାମର ପ୍ରାୟ ୨୫ ଜଣ ବ୍ୟକ୍ତି ଗାଈ ଗୋରୁ ଧରି ମକା ଗଛକୁ ଖୁଆଇ ଦେଇଥିବା ଶିବଙ୍କ ସ୍ତ୍ରୀ ତିଲେ ସ।ନ୍ତ। ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ସମୟରେ ଉପସ୍ଥିତ ଥିବା ଶିବଙ୍କ ପୁଅ ସଦନ ସ।ନ୍ତ।, ଧର୍ମେନ୍ଦ୍ର ସ।ନ୍ତ। ଝିଅ ଅସ୍ମିତା ସ।ନ୍ତ। ଓ ରିତା ସ।ନ୍ତ। ଓ ଭୁକାନ୍ତି ସ।ନ୍ତ। ପ୍ରତିବାଦ କରିବାରୁ ଲବ ସ।ନ୍ତ। ଟାଙ୍ଗିଆରେ ଆକ୍ରମଣ କରିବାରୁ ପୁଅ ସଦନ ଓ ଧର୍ମେନ୍ଦ୍ର ଆହତ ହେବା ସହ ୩ ଝିଅ ଅସ୍ମିତା ଓ ରିତା ଓ ଭୁକ।ନ୍ତିଙ୍କ ଶାଢ଼ି ଓ ନାଇଟୀ ଖୋଲି ଉଲଗ୍ନ କରିବା ସହ ନିସ୍ତୁକ ମାଡ଼ ମାରି ଘୋଷ।ଡ଼ି ଘୋଷାଡ଼ି ନେବା ମଧ୍ୟ ଅଭିଯୋଗ ହେଇଛି।

ଏପରିକି ଥାନାରେ ଅଭିଯୋଗ କଲେ ଘରେ ପଶି ହାଣି ଦେବୁ ବୋଲି ମଧ୍ୟ ଧମକ ଦେଇଥିବା ଅଭିଯୋଗ ହେଇଛି। ଆକ୍ରମଣ ଫଳରେ ସଦନର ବେକରେ ଓ ଧର୍ମେନ୍ଦ୍ରର ପାଟିରେ ଆହତ ହେଇଥିବ। ସହ ୧ ଫୁଟର ମକା ଗଛ ଗୁଡ଼ିକ ସଂପୂର୍ଣ୍ଣ ଭାବରେ ନଷ୍ଟ ହେଇଯାଇଛି। ଆକ୍ରମଣ ଫଳରେ ଶିବଙ୍କ ପରିବାର ସଂପୂର୍ଣ୍ଣ ଭାବରେ ଭୟଭୀତ ହୋଇ ପଡ଼ିଛନ୍ତି। ଉମରକୋଟ ଥାନାର ଏଏସଆଇ ଶରତ ଚନ୍ଦ୍ର କୁଟ୍ରୁକା ଘଟଣାର ତଦନ୍ତ ଅଧିକାରି ଭାବରେ ରହି ଅନୁସଂଧାନ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କେହି ମଧ୍ୟ ଗିରଫ ହେଇନଥିବା ତଦନ୍ତ କାରୀ ଅଧିକାରି ଶ୍ରୀ କୁଟ୍ରକା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe