ଭାଲୁ ଆକ୍ରମଣରେ ୨ ଗୁରୁତର

Advertisment
ଭାଲୁ ଆକ୍ରମଣରେ ୨ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଚଢ଼ିଆପାରା ଗାଁ ରେ ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଚଢ଼ିଆପାରା ଗାଁର ଜହର ଗଣ୍ଡ ଓ ଚୈତୁ ଗଣ୍ଡ ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିଲେ। ଜଙ୍ଗଲରେ ଜହର ଗଛ ଚଢ଼ି କାଠ ହାଣୁଥିବା ବେଳେ ଚୈତୁ ଗଛ ତଳେ ଛିଡା ହୋଇଥିଲେ। ସେହି ସମୟରେ ହଠାତ୍ ଏକ ଭାଲୁ ଆସିଯାଇଥିଲା। ଭାଲୁକୁ ଦେଖି ଚୈତୁ ସେହି ସ୍ଥାନ ଛାଡି ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ହଠାତ ଭାଲୁ ଜହରର ଗୋଡକୁ ଜାବୁଡି ଧରିଥିଲେ। ଜହରକୁ ରକ୍ଷା କରିବା ପାଇଁ ଚୈତୁ ଘଟଣା ସ୍ଥଳକୁ ଆସି ଭାଲୁକୁ ତଡିବା ପାଇଁ ଚେଷ୍ଟା କରିଥିଲେ। ଭାଲୁ ଚୈତୁକୁ ମଧ୍ୟ ଆକ୍ରମଣ କରିଥିଲା। ତେବେ ଉଭୟ କୌଶଳ କ୍ରମେ ସେଠାରୁ ଖସି ଗୁରୁତର ଅବସ୍ଥାରେ ଗାଁରେ ପହଞ୍ଚିଥିଲେ। ଉଭୟଙ୍କୁ ପ୍ରଥମେ ଉମରକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe