କିରଣ ଲାଇଟ୍‌ ହାଉସରେ ଅଗ୍ନିକାଣ୍ଡ, ୨ ଗୁରୁତର

କିରଣ ଲାଇଟ୍‌ ହାଉସରେ ଅଗ୍ନିକାଣ୍ଡ, ୨ ଗୁରୁତର

ବ୍ୟାସନଗର: ଯାଜପୁର ଜିଲ୍ଲା ବ୍ୟାସନଗର ଡାକବଙ୍ଗଳା ଛକ ପ୍ରଧାନ ଟେଣ୍ଟ ହାଉସ୍ ନିକଟରେ ଥିବା କିରଣ ଲାଇଟ ହାଉସରେ ଆଜି ସନ୍ଧ୍ୟାରେ ବିଦ୍ୟୁତ୍‌ ସଟ୍‌ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୋକାନ ମାଲିକ କରୁଣାକର ଦାସ (୪୮) ଓ ଗ୍ରାହକ ସଞ୍ଜୟ କୁମାର ପତି (୨୫) ଗୁରୁତର ହୋଇଛନ୍ତି। ଗ୍ରାହକ ସଞ୍ଜୟଙ୍କ ଘର କୋରେଇ ଥାନା ଅଧୀନ କୋରାବନ୍ଦୀ ଗ୍ରାମରେ। ସେ ଏହି ଦୋକାନକୁ ଜିନିଷ କିଣିବା ପାଇଁ ଆସିଥିଲେ। ଉଭୟଙ୍କୁ ଯାଜପୁରରୋଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। କିରଣ ଲାଇଟ ହାଉସ୍‌​ରେ ରେଡିମେଡ୍‌ ଲାଇଟ୍‌ ଯଥା- ଦୀପାବଳି​ରେ ଘରସଜ୍ଜା ଲିଚୁ, ଝିଲ୍‌ମିଲ୍‌ ଲାଇଟ୍‌ ଆଦି ବିକ୍ରି ହୋଇଥାଏ ବୋଲି ଜଣାପଡ଼ିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe