ସୁନ୍ଦରଗଡ଼: ସାମାନ୍ୟ ଝଗଡ଼ାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ; ୨ ଗୁରୁତର, ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକେ

Advertisment
ରେଢ଼ାଖୋଲରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

DNA India

ସୁନ୍ଦରଗଡ଼ : ଗୁରୁବାର ରାତିରେ କୌଣସି କଥାକୁ ନେଇ ସୁନ୍ଦରଗଡ଼ ଟାଉନଥାନାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ଆକ୍ରମଣରେ ଦୁଇ ଗୁରୁତର ହୋଇଥିବା ବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗୁରୁତରଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କୌଣସି କଥାକୁ ନେଇ ଏକ ଗୋଷ୍ଠୀର ଲୋକେ ଅନ୍ୟ ଏକ ଗୋଷ୍ଠୀର ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ମାଡ଼ ଖାଇଥିବା ଯୁବକଙ୍କ ସମ୍ପର୍କୀୟ ଓ ସମର୍ଥକ ଖଣ୍ଡା, ଭୁଜାଲି ଧରି ଅପର ଗୋଷ୍ଠୀର ପଡ଼ାକୁ ଯାଇ ଉତ୍ପାତ କରିଥିଲେ। ଏହା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଆକ୍ରମଣରେ ପୁଣି ଜଣେ ଯୁବକ ଆହତ ହୋଇଥିଲେ। ଖବର ପାଇ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହା ପରେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ କିଛି ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe