ଭାରସାମ୍ୟ ହରାଇ ଗଛରେ ପିଟିଲା ମ୍ୟାକ୍ସ ପିକ୍‌ଅପ୍‌, ଦୁଇ ଗୁରୁତର

Advertisment
ଭାରସାମ୍ୟ ହରାଇ ଗଛରେ ପିଟିଲା ମ୍ୟାକ୍ସ ପିକ୍‌ଅପ୍‌, ଦୁଇ ଗୁରୁତର

ଲକ୍ଷ୍ମୀପ୍ରସାଦ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ବୁରକଟା ଛକ ଠାରେ ଏକ ମାକ୍ସ ପିକ୍‌ଅପ୍‌ ଭାରସାମ୍ୟ ରାସ୍ତାକଡ଼ର ଗଛରେ ପିଟି ହେବାରୁ ଏଥିରେ ଥିବା ଡ୍ରାଇଭର ଓ ସହାୟକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ରାଉରକେଲାରୁ ଏକ ମାକ୍ସ ପିକ୍‌ଅପ୍‌ (ଓଡି୩୩ ଏଡି ୩୬୮୧) ଷ୍ଟିଲ କଂସାବାସନ ସାମଗ୍ରୀ ନେଇ ଭୁବନେଶ୍ୱର ଯାଉଥିବା ବେଳେ ଡ୍ରାଇଭରଙ୍କ ଆଖି ରାତ୍ରି ୨ଟା ପରେ ଏକ ଗଛରେ ବାଡେଇ ହୋଇ ଯାଇଥିଲା। ଗାଡ଼ିରେ ଥିବା ଡ୍ରାଇଭର ସଂଗ୍ରାମ ମହାପାତ୍ର (ଚୌଦ୍ୱାର) ଓ ସହାୟକ ବିଜୟ ଲେଙ୍କା (ଭୁବନେଶ୍ୱର) ଗୁରୁତର ଆହତ ହୋଇଥିଲେ। ସାଙ୍ଗେ ସଙ୍ଗେ ସେମାନଙ୍କୁ ଦମକଳ ବାହିନୀ ଉଦ୍ଧାର କରି ବୌଦ୍ଧ ମେଡିକାଲ ପହଞ୍ଚାଇଥିଲେ। ଏଥିରେ ଡ୍ରାଇଭର ସଂଗ୍ରାମଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଖବର ପାଇ ଜହ୍ନାପଙ୍କ ଫାଣ୍ଡି ଆଦିକାରୀ ଘଟଣାସ୍ଥଳରେ ପହଂଚି ଗାଡ଼ିଟିକୁ ଜବତ କରିବା ସହ ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe