ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା, ୨ ଗୁରୁତର, ମେଡିକାଲରେ ଭର୍ତ୍ତି

Advertisment
ସ୍କୁଟିକୁ ପିଟିଲା ଟ୍ରକ୍‌; ଝିଅ ମୃତ, ମା’ ଗୁରୁତର

image source--news first

ଭୁବନେଶ୍ୱର : ରାଜଧାନୀ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲକୁ ପଠାଯାଇଛି।

ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ ୧୧.୧୫ ମିନିଟ୍‌ ସମୟରେ ରାଜଧାନୀ ଭୁବନେଶ୍ୱର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଜୟଦେବ ବିହାର ଓଭର ବ୍ରିଜ୍‌ ଉପରେ ଏହି ଦୁର୍ଘଟଣାଟି ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଆହତ  ହୋଇଛନ୍ତି। ଏମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣାରେ ଗୋଟିଏ କାର ଓ ଗୋଟିଏ ଡାଲାଅଟୋ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଦୁର୍ଘଟଣାଗ୍ରସ୍ତ କାର୍‌ଟି ବରମୁଣ୍ଡା ଆଡୁ ରସୁଲଗଡ଼ ଅଭିମୁଖେ ଆସୁଥିବା ବେଳେ ଜୟଦେବ ବିହାର ଓଭରବ୍ରିଜ୍ ଉପରେ ପଛପଟୁ ଏକ ଟ୍ରକ୍‌ ଧକ୍କା ଦେବାରୁ କାର୍‌ଟି ଛିଟିକି ପଡି ରାସ୍ତାର ଅପରପାର୍ଶ୍ୱରେ ଆସୁଥିବା ଏକ ଡାଲାଅଟୋ ସହିତ ଧକ୍କା ଖାଇଥିଲା। ଫଳରେ ଗାଡି ଦୁଇଟି ରାସ୍ତା ଉପରେ ଓଲଟି ପଡିଥିଲା। କାର୍‌ରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ସୁରକ୍ଷିତ ଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ସେହିପରି ଡାଲାଅଟୋରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସୁରକ୍ଷିତ ଭାବେ ଗାଡିରୁ ବାହାରି ଆସିଥିବା ବେଳେ ଅନ୍ୟ ଜଣେ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଗାଡିରୁ ବାହାର କରିବାରେ ବିଫଳ ହେବାରୁ ସେ ସେହିପରି ଗାଡି ଭିତରେ ଫଶି ରହିଥିଲେ। ଖବର ପାଇ ଘଟଣାସ୍ଥଳରେ ତିନୋଟି ପିସିଆର୍‌ ଭ୍ୟାନ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ଆହତମାନଙ୍କୁ ପିସିଆର୍‌ ଭ୍ୟାନ୍‌ରେ ମେଡିକାଲକୁ ପଠାଇଛନ୍ତି। ଡାଲାଅଟୋରେ ଚାପି ହୋଇ ରହିଥିବା ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe