ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର

ବାଇକକୁ ଧକ୍କା ଦେଲା କାର୍, ଚାଲିଗଲା ମହିଳାଙ୍କ ଜୀବନ

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଚେରୁପାଲି ଅଙ୍ଗନଦୀ ପୋଲ ପାଖରେ ଗୁରୁବାର ରାତିରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟ ‌ହେଲେ ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ଥାନା ଖଇରମାଲ ଗାଁର ଅଞ୍ଜନ ନାଗ ଓ ଦେଓଗାଁ ଥାନା ଜଲିଆ ଗାଁର କିଆବନ ବାରିକ। ଉଭୟଙ୍କୁ ଚିକିତ୍ସା ପାଇଁ ଡୁଙ୍ଗୁରିପାଲି ଡାକ୍ତରଖାନା ଅଣାଯାଇଥିଲା। ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବରଗଡ଼ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଅଞ୍ଜନ ଓ କିଆବନ ବାରିକ ଏକ ବାଇକ୍‌ରେ ଯାଉଥିବା ବେଳେ ଅଙ୍ଗନଦୀ ପୋଲ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଉକ୍ତ ସ୍ଥାନରେ ଜଣେ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ। ୨୬ ନମ୍ବର ଜାତୀୟ ରାଜପଥ ଦୁଇଥାକିଆ ନିର୍ମାଣ କରାଯାଇ ଚେରୁପାଲି ପୋଲର ଅନତି ଦୂରରେ ରାସ୍ତା ନିର୍ମାଣକୁ ବନ୍ଦ କରାଯାଇଛି। ଫଳରେ ପୋଲ ଖୁଣ୍ଟରେ ପିଟିହୋଇ ବାଇକ୍‌ ଆରୋହୀମାନେ ଦୁର୍ଘଟଣାଗ୍ରସ୍ତ ହେଉଥିବ‌ା ଅଭି‌ଯୋଗ ହେଉଛି। ତଥାପି ସଂପୃକ୍ତ ବିଭାଗ ଏ ଦିଗରେ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe