ଶ୍ରୀମନ୍ଦିର ଭିତରେ ଦଳାଚକଟା: ବୃଦ୍ଧା ଓ ନାବାଳିକା ଆହତ

ଶ୍ରୀମନ୍ଦିର ଭିତରେ ଦଳାଚକଟା: ବୃଦ୍ଧା ଓ ନାବାଳିକା ଆହତ

ପୁରୀ : ଶ୍ରୀମନ୍ଦିରରେ ମଙ୍ଗଳା ଆଳତି ଦର୍ଶନ ସମୟରେ ଦଳଚକଟା ହେବାରୁ ୨ଜଣ ଆହତ ହୋଇଛନ୍ତି। ଦୁଇଜଣ ଭିତ‌ରୁ ଜଣେ ୬୫ ବର୍ଷୀୟା ବୃଦ୍ଧା ଏବଂ ଅନ୍ୟ ଜଣେ ହେଉଛନ୍ତି ୧୬ ବର୍ଷୀୟା ନାବାଳିକା। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

publive-image

ଗତକାଲି ଦ୍ବିତୀୟ ଶନିବାର ଏବଂ ରବିବାର ଯୋଗୁ ପୁରୀରେ ପ୍ରବଳ ଭିଡ଼ ରହିଥିଲା। ରବିବାର ଭୋର୍‌ ପ୍ରାୟ ୪ଟା ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ମଙ୍ଗଳା ଆଳତି ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଭିତରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଥିଲେ। ଜଗମୋହନରେ ମଧ୍ୟ ଭକ୍ତଙ୍କ ଭିଡ଼ ଅସମ୍ଭାଳ ହୋଇପଡ଼ିଥିଲା। ସକାଳ ପ୍ରାୟ ସାଢ଼େ ଛଅଟା ବେଳକୁ ଦଳାଚକଟା ପରିସ୍ଥିତି ଦେଖାଦେଇଥିଲା। ଭିତରକାଠ ପାଖ ବ୍ୟାରିକେଡ୍‌ ଭିତରେ ଠେଲାପେଲା ହେବାରୁ କଟକ ପିଠାପୁରର ଦିବ୍ୟା ସାହୁ(୧୬) ଓ ପୁରୀ ହାଡ଼ଗୋଡ଼ିଆସାହିର ସୁଲୋଚନା ସାହୁ(୬୫) ତଳେ ପଡ଼ିଯାଇଥିଲେ। ଏହିସମୟରେ କେତେଜଣ ଶ୍ରଦ୍ଧାଳୁ ସେମାନଙ୍କ ଉପରେ ଚଢ଼ିଯାଇଥିଲେ। ଫଳରେ ଦୁଇଜଣ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଦିବ୍ୟାଙ୍କୁ ତାଙ୍କ ପରିବାର ଲୋକେ କଟକକୁ ନେଇଯାଇଥିବା ବେଳେ ସୁଲୋଚନା ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ଦର୍ଶନ ପାଇଁ ଏକକାଳୀନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଜଗମୋହନ ଭିତରକୁ ପଶିଯିବା ସହ ଠେଲାପେଲା ହେବାରୁ ଏହିଭଳି ପରିସ୍ଥିତି ସୃଷ୍ଟି ‌ହୋଇଛି। ଅପରପକ୍ଷେ ଶ୍ରଦ୍ଧାଳଙ୍କୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ଆବଶ୍ୟକ ସଂଖ୍ୟକ ପୁଲିସ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe