Times of India
ଫୁଲବାଣୀ: ଶନିବାର କନ୍ଧମାଳ ଜିଲ୍ଲା ସୀମାନ୍ତ ଗୋଛାପଡ଼ା ଥାନା ଅନ୍ତର୍ଗତ ଉମା ଜଙ୍ଗଲରେ ଏ ସଓଜି ଡିଭିଏଫ ଯବାନମାନେ କମ୍ବିଙ୍ଗ ଅପରେସନ ବେଳେ ମାଓବ।ଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା। ଗୁଳି ବାଜି ଦୁଇ ଜଣ ଯବାନ ଗୁରତର ଆହତ ହୋଇଥିଲେ। ସେ ଦୁଇ ଜଣଙ୍କୁ ଜଙ୍ଗଲ ମଧ୍ୟରୁ ବାହାରକୁ ଅଣାଯାଇଥିଲା।
କଣ୍ଟାମାଳ ନିକଟରୁ ପୁଲିସ ମହାନିର୍ଦ୍ଦେଶକ ଅଭୟ ନିଜେ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵର ନେଇଥିଲେ। କଣ୍ଟାମାଳ ଡାକ୍ତରଖାନାର ଡାକ୍ତର ସେଠି ଉଭୟ ଯବାନଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା କରିବା ସଙ୍ଗେ ଏୟାର ଆମ୍ବୁଲାନ୍ସରେ ମଧ୍ୟ ଯାଇଥିଲେ।ଏବେ ବି ସଂପୃକ୍ତ ଅଞ୍ଚଳରେ କମ୍ବିଙ୍ଗ ଅପରେସନ ଜୋରଦାର ଚାଲିଥିବା ଜଣାପଡ଼ିଛି।ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ ଗୁଳିବିନିମୟ ବେଳେ କିଛି ମାଓବାଦୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।
Follow Us